ସ୍ତ୍ରୀ, ଶାଶୁକୁ ମାରି ପୋତିଦେଲା ସ୍ବାମୀ

ମୟୂରଭଞ୍ଜ , ୨୯/୭ : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ସରପଙ୍ଖା ନୂଆଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀ ଓ ଶାଶୁଙ୍କୁ ମାରି ଘରବାଡିରେ ପୋତି ଉପରେ କଦଳୀ ଗଛ ଲଗାଇ ଦେଇଥିଲେ ଅଭିଯୁକ୍ତ। ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି । ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ଦେବାଶିଷ ପାତ୍ର। ମୃତକ ଦ୍ୱୟ ହେଲେ ଅଭିଯୁକ୍ତଙ୍କ ସ୍ତ୍ରୀ ସୋନାଲି ଦଳାଇ ଓ ଶାଶୁ ସୁମତା ଦଳାଇ।
ସୂଚନାଯୋଗ୍ୟ, ୧୨ ଜୁଲାଇରେ ସୋନାଲି ବାପଘରୁ ମାଆ ସୁମତା ସହ ଶାଶୁଘରକୁ ଆସିଥିଲେ। ୧୯ ତାରିଖ କୌଣସି କାରଣରକୁ ନେଇ ଅଭିଯୁକ୍ତ ଦେବାଶିଷ ପଥରରେ ଛେଚି ସ୍ତ୍ରୀ ଓ ଶାଶୁକୁ ନିର୍ମମ ଭାବେ ହତ୍ୟା କରିଥିଲେ। ଦୋଷ ଲୁଚାଇବାକୁ ଯାଇ ନିଜ ଘର ବାଡିରେ ଗାତ ଖୋଳି ଉଭୟଙ୍କୁ ପୋତିବା ପରେ କଦଳୀ ଗଛ ଲଗାଇ ଦେଇଥିଲେ।