ରାଜ୍ଯ କୃଷକ ମୋର୍ଚ୍ଚା ସଭାପତିଙ୍କ ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ

ରାଉରକେଲା,୮/୧୧ : ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଶୁକ୍ରବାର ଜିଲ୍ଲା ସଭାପତି ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଯୋଗଦେଇ, ଓଡିଶାର ବିଜେପି ସରକାର ଆଗାମୀ ବର୍ଷମାନଙ୍କରେ ଓଡିଶାକୁ କୃଷି କ୍ଷେତ୍ରରେ କିପରି ଅଗ୍ରଗତି କରାଇବ, ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ବିଗତ ସରକାର ସମୟରେ ୩୧୪ବ୍ଲକରେ ଶୀତଳଭଣ୍ଡାରର ସ୍ଥାପନା ପାଇଁ ଘୋଷଣା କରିଥିଲେ ମଧ୍ୟ କୌଣସି ଶୀତଳଭଣ୍ଡାର ସ୍ଥାପିତ ହୋଇନଥିଲା। ବରଂ ରାଜ୍ଯରେ ଚାଲୁଥିବା ୧୧୨ଟି ଶୀତଳଭଣ୍ଡାର ଅଚଳ ହୋଇ ମାତ୍ର ୪ଟି ଚାଲୁଥିଲା ବୋଲି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସାହୁ କହିଥିଲେ। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଆଳୁ ଓ ପିଆଜ ମିଶନ୍ ଘୋଷଣା କରିଥିଲେ ମଧ୍ୟ ସେସବୁ ପାଇଁ କିଛି କରିନାହାନ୍ତି। କୃଷି ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ବୋଲି କୃଷକ ମୋର୍ଚ୍ଚା ସଭାପତି ଅଭିଯୋଗ କରିଥିଲେ।
ରାଜ୍ଯରେ ବିଜେପି ସରକାର କ୍ଷମତାକୁ ଆସିଲା ପରେ କୃଷକଙ୍କ ପାଇଁ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରି ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୩୧୦୦ ଟଙ୍କା କରିଛି। କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସାହୁ ପଶ୍ଚିମ ଓଡିଶାର ୧୩ଟି ଜିଲ୍ଲାକୁ ଗସ୍ତ କରିବା ସହ ନଭେମ୍ବର ୨୧ ତାରିଖରେ ସୋହେଲା ଠାରେ ଚାଷୀ ସମାବେଶ ଆୟୋଜିତ କରାଯିବା କରାଯିବା ବିଷୟରେ ଘୋଷଣା କରିଥିଲେ। ଓଡିଶାର ୩୧୪ ବ୍ଲକରେ ପରିବା ମଣ୍ଡି ହେବା ସହ ଶହେ କୋଟି ଟଙ୍କା ବ୍ଯୟରେ କୃଷି ଭିତ୍ତିକ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିସହିତ ୫୮ଟି ସବ୍-ଡିଭିଜନରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ସହିତ ଓଡିଶାର ସମସ୍ତ ଅଞ୍ଚଳକୁ ଜଳସେଚିତ କରିବାକୁ ସଂକଳ୍ପବଦ୍ଧ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି ମହେଶ୍ୱର ସାହୁ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, କୃଷକ ମୋର୍ଚ୍ଚା ଉପସଭାପତି ହଳପାଣି ମାଝି, ପୁଲିଙ୍ଗ୍ ପ୍ରକାଶ ପୁହାଣ, ସାଧାରଣ ସମ୍ପାଦକ ପ୍ରଶାନ୍ତ ସ୍ବାଇଁ, ପାନପୋଷ ଜିଲ୍ଲା ବିଜେପି ସଭାପତି ଲତିକା ପଟ୍ଟନାୟଙ୍କ ସମେତ ଜିଲ୍ଲାର ବରିଷ୍ଠ ସଦସ୍ୟମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।