ମେଳା ବଟରେ ହରି ନାଟ

"ଭଜ ନିତାଇ ଗୌର ରାଧେ ଶ୍ୟାମ, ଜପ ହରେ କୃଷ୍ଣ ହରେ ରାମ" l ସତରେ ଏ କଳିଯୁଗରେ ଭବ ସାଗରରୁ ପାରିହେବାକୁ ହେଲେ ହରି ନାମ ନିହାତି ଆବଶ୍ୟକ l ତେଣୁ କଥାରେ ଅଛି.... ହରି ନାମେ କିରସ ଅଛି, ପାନ କଲା ଲୋକ ସେ ଜାଣିଛି l ଆଜ୍ଞା ହଁ ହରିନାମରେ ବହୁତ ରସ ଅଛି l ଜିଏ ଏହାକୁ ଯେତେ ଚିପୁଡ଼ିବ ସେ ତାହା ଠାରୁ ଅମୃତ ମୟ ରସ ବାହାର କରିପାରିବ l ତେଣୁ ହରିବିନା ଏ ସଂସାର ତୁଛ l ତାଙ୍କ ବିନା ଏ ଜଗତରେ ସବୁ ସମ୍ଭବ ଆଉ ଅସମ୍ଭବ ମଧ୍ୟ l ସେ ଚାହିଁଲେ ସବୁକିଛି କରିପାରିବେ ନ ଚାହିଁଲେ କିଛି କରିପାରିବେନି l ସଂସାରରେ ଯାହାବି ହେଉଛି ସବୁ ତାଙ୍କରି ନିର୍ଦେଶରେ ହିଁ ଚାଲିଛି l ମଣିଷ କେବଳ ମାଧ୍ୟମ l ସେ ହେଉଛନ୍ତି ସୃଷ୍ଟି କର୍ତ୍ତା, ପାଳନ କର୍ତ୍ତା ଓ ସଂହାର କର୍ତ୍ତା l କେବଳ ବିଭିନ୍ନ ରୂପରେ ସେ କାର୍ଯ୍ୟ କରିଥାନ୍ତି l ସେମିତି ଜଣେ ବଡ ଭକ୍ତ ଶ୍ରୀଚୈତ୍ୟନ୍ ମହା ପ୍ରଭୁ ଭଗବାନଙ୍କ ନିକଟତର ହେବାକୁ ପଶ୍ଚିମବଙ୍ଗର ନଦିଆ ନବ ଦୀପରୁ ଚାଲି ଚାଲି ପ୍ରଭୁଙ୍କ ନାମ କୀର୍ତ୍ତନ କରି କରି ପୁରୀ ଧାମରେ ପହଞ୍ଚିଥିଲେ l ସେଇ ବିଶ୍ଵନିଆନ୍ତଙ୍କ ପାଖରେ ସମର୍ପଣ କରି ସେଇ ଜାଗାରେ ସବୁଦିନ ପାଇଁ ଅବସ୍ଥାପିତ କରିଗଲେ l କାରଣ ସେ ଜାଣି ଯାଇଥିଲେ ଏହିଁ ଉପଯୁକ୍ତ ସ୍ଥାନ ଯୋଉଠୀ ଲୋଭ, ମୋହ, ମାୟ, ଗର୍ବ, ଅହଙ୍କାର ଓ ଭେଦଭାବ ନାହିଁ l କାରଣ ଏଠି ଯିଏ ସେ ସବୁକୁ କରିବ ପ୍ରଭୁ କ୍ଷମା ଦେବେନାହିଁ l ପ୍ରଭୁ ଚୈତ୍ୟନ ପ୍ରଭୁଙ୍କର ନାମ କୀର୍ତ୍ତନକୁ ଗାଁ ଗାଁ ଠାରୁ ଆରମ୍ଭ କରି ପୁର ପଲ୍ଲୀ ଏବଂ ସହର ପର୍ଯ୍ୟନ୍ତ ସବୁ ଆଡେ ବ୍ୟାପକ କରିଦେଇଥିଲେ l ସେବେ ଠାରୁ ହରି ନାମରେ ସମସ୍ତେ ବିଭୋର ହୋଇ ପ୍ରଭୁଙ୍କ ଗୁଣକୀର୍ତ୍ତନ ଆରମ୍ଭ କରି ଚାଲିଲେ l ସତରେ ଏ ନଟ ଖଟିଆ ସରଲବଣୀ ଚୋରକୁ ବୁଝିବା ବହୁତ କଷ୍ଟ l ହରି ନାମରେ ଏତେ ଅମୃତ ଥାଏ ଯିଏ ଏହାକୁ ଧରିଛି ସେ ମୁକ୍ତି ପାଇଯାଇଛି l ଆମେ ମାନେ ପୁରାଣରୁ ବହୁତ କଥା ଶୁଣିଚେ l ଚାରି ଯୁଗରେ ଚାରି ଅବତାର ନେଇ ସେ ନଟ ଖଟିଆ ତାଙ୍କର ଲୀଳା ଖେଳା କରିଛନ୍ତି l ତାଙ୍କ ମାୟା ଜାଣିବା ବହୁତ କଷ୍ଟ l
ସେଇ ପରୀପ୍ରେକ୍ଷୀରେ ଆଜି ସେମିତି ଏକ ଅନୁଷ୍ଠାନ ଦୀର୍ଘ ଅଠର ବର୍ଷରେ ପହଞ୍ଚିଛି ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମରେ l ଗ୍ରାମର ମେଳା ବଟ ଠାରେ ହରିଗୋସାଇଁଙ୍କ ଲୀଳା ଚାଲିଛି l ଏହି ସ୍ଥାନଟି ଏକ ଐତିହ ସମ୍ପର୍ଣ୍ଣ ଜାଗା ନ କହିଲେ ହେବ l ବହୁ ପୁରାତନ କାଳରେ ଏହି ଜାଗାରେ ପ୍ରଭୁଙ୍କର ବହୁତ ମାହାତ୍ୟମ ଅଛି l ଏହି ମେଳା ବଟ ଠାରେ ଆଗରୁ ମେଳଣ ହେଇଆସୁଥିଲା l ସେହି ମେଲଣର ନାମ ଥିଲା ଚରଣିଆ ମେଲଣ l ଉକ୍ତ ଗ୍ରାମର ଚରଣୀ ବିଶ୍ୱାଳ ନାମକ ଏକ ବ୍ୟକ୍ତି ଏହି ମେଳଣଟିକୁ କରୁଥିଲେ l ବିଭିନ୍ନ ଆଡୁ ବହୁ ବିମାନ ଆସୁଥିଲା l ଆଉ ସେହି ବିମାନରେ ରାଧାକ୍ରିଷ୍ଣ ବସି ଝୁଲି ଝୁଲି ଆସୁଥିଲେ l କ୍ରମେ କିଛି ବର୍ଷ ଚାଲିଲା ପରେ ସେ ବନ୍ଦ ହୋଇଗଲା l ତାପରେ ଗ୍ରାମର କିଛି ଯୁବକ ମିଶି କିଛି ବର୍ଷ କଲେ l କିନ୍ତୁ ସେବି ବନ୍ଦ ହୋଇଗଲା l ସେହି ମେଳା ବଟରେ ପ୍ରଭୁଙ୍କ ଲୀଳାଖେଳା ଚାଲିଥିଲା ଆଉ ସେ ଜାଗାଟି ମଧ୍ୟ ତାଙ୍କରି ଚରଣା ବିନ୍ଦରେ ରହିଥିଲା l ଏମିତି କିଛି ବର୍ଷ ଗଲା ପରେ ପ୍ରଭୁଙ୍କର କି ଅପାର କରୁଣା ଦେଖନ୍ତୁ ପୁଣି ସେହିଯାଗାରେ ତାଙ୍କରି ନାଟ ପୁଣି ଚାଲିଲା l ଗ୍ରାମର କିଛି ଯୁବକ ଏକତ୍ରିତ ହୋଇ ଏକ ଅଷ୍ଟପ୍ରହରୀ କରିବା ପାଇଁ ନିଷ୍ପତି ନେଲେ l କେଉଁଠି କରିବା ପାଇଁ ଜାଗା ଖୋଜିଲେ l କିନ୍ତୁ ପ୍ରଭୁଙ୍କର ତ ସେହିଟି ଲୀଳା କରିବାର ଅଛି ସେ ଆଉ କୋଉଠିକି କାହିଁ ଯିବେ l ତେଣୁ ସେହିଁ ଜାଗାରେ ଆରମ୍ଭ ହୋଇଗଲା ପ୍ରଭୁଙ୍କର ନାମ ଯଂଜ୍ଞ l ଦେଖନ୍ତୁ ପ୍ରଭୁଙ୍କର କି ବିଚିତ୍ର ଖେଳ l ମୋ ଜାଗା ଥାଉ ଥାଉ ମୁଁ କାହିଁ କୋଉଠିକି ଯିବି l ଆଗରୁ ଯୋଉଠି ଥିଲି ଏବେବି ସେହିଠି ରହିବି l ବର୍ଷ ପରେ ବର୍ଷ ଅତିକ୍ରମ କଲା ଆଉ ପ୍ରଭୁଙ୍କର ନାମଯଂଜ୍ଞ ମଧ୍ୟ ଚାଲିଲା l ସମସ୍ତେ କୁହନ୍ତି ପ୍ରଭୁଙ୍କୁ ଯୋଉଠି, ଯୋଉ ଜାଗାରେ ଭକ୍ତିରେ ଡାକିଲେ ସେ ନିଶ୍ଚୟ ଶୁଣନ୍ତି ସେଟାତ ଠିକ କଥା l କିନ୍ତୁ ବେଳେ ବେଳେ ପ୍ରଭୁଙ୍କୁ ଯୋଉ ଜାଗାବି ପସନ୍ଦ ନୁହେଁ ସେ ମଧ୍ୟ ସେ ଜାଗାରେ ରୁହନ୍ତିନି l ପ୍ରଭୁଙ୍କର ଇଛା ଥିଲା ଯୋଉ ମେଳାବଟରେ ବିଗତ ଦିନରେ ମୋ ପାଇଁ ଭକ୍ତଙ୍କ ଗହଳି ଚହଳି ଚାଲିଥିଲା ସେହିଁ ଜାଗାରେ ପୁଣି ଭକ୍ତଙ୍କ ଗହଳିଚହଳୀ ଲାଗିରହୁ l
ତାହାର ଆଜି ଉଦାହରଣ ଦେଖିବାକୁ ମିଳିଛି l ପୁଣି ସେହି ମେଳା ବଟରେ ହରିର ନାଟ ଚାଲିଛି l ଆଉ ଭକ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳୁଛି l ସତରେ ସେ ଭାରି ନଟଖଟିଆ, ଲବଣି ଚୋର କେତେବେଳେ ହସାଉଛି ତ କେତେବେଳେ କନ୍ଦାଉଛି l ସେହି ହରିଙ୍କ ବିନା କିଛିବି ହୋଇପାରେନା l ସବୁ ତାଙ୍କରି ଠାରୁ ଆରମ୍ଭ ଆଉ ତାଙ୍କରି ଠାରେ ଶେଷ l ଆସନ୍ତୁ ସମସ୍ତେ ମିଶି ସେହିଁ ପରମ ଆତ୍ମାଙ୍କ ପାଖରେ ନିଜକୁ ସମର୍ପଣ କରିଦେବା ଆଉ ତାଙ୍କରି ଗୁଣକୀର୍ତ୍ତନ କରି ଏ ଭବ ସାଗରରୁ ବିଦାୟ ନେଇଯିଵା ତାହେଲେ ମଣିଷ ଜୀବନ ସାର୍ଥକ ହୋଇଯିବ l.... ଜୟ ହରି ଗୋସାଇଁ ମହାପ୍ରଭୁ ସୁଧାଂଶୁ ପରିଡ଼ା