ମହାନଦୀକୁ ଡେଇଁଲେ ଛାତ୍ରୀ, କାରଣ ଅସ୍ପଷ୍ଟ

ସମ୍ବଲପୁର ପ୍ରତିନିଧି (ଅଭ୍ୟର୍ଥନା ରଣା) , ୨୪/୮ : ସମ୍ବଲପୁର ମହାନଦୀ ଦ୍ଵିତୀୟ ସେତୁରୁ ଡେଇଁ ହାଇସ୍କୁଲ ଛାତ୍ରୀ ନିଖୋଜ l ଆଜି ସକାଳୁ ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ମନ୍ଦଲିଆର କାଜଲ ସାହାଣୀ ନାମକ ଜଣେ ଛାତ୍ରୀ ସକାଳ ପ୍ରାୟ ସାଢେ ୬ଟା ସମୟରେ ଚାଅଁରପୁର ମହାନଦୀ ବ୍ରିଜ ଉପରୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି l
ଏହା ପରେ ସେ ନିଖୋଜ ଅଛନ୍ତି l ଛାତ୍ରୀ ଜଣକ ଗୋଲବଜାର ନିକଟସ୍ଥ ଏକ ସରକାରୀ ସ୍କୁଲର ଛାତ୍ରୀ ଅଟନ୍ତି ବୋଲି ଜଣା ପଡିଛି l ସୂଚନାପାଇ ସମ୍ବଲପୁର ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି l ତେବେ କେଉଁ କାରଣରୁ ଛାତ୍ରୀ ଜଣକ ମହାନଦୀକୁ ଡେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ l ଆଜି ସକାଳୁ ଛାତ୍ରୀ ଜଣକ ଘରୁ ସ୍କୁଲ ଯିବାକୁ ବାହାରି ମହାନଦୀକୁ ଆସି ଡେଇଁ ପଡ଼ିଥିବା ସୂଚନା ମିଳିଛି l