ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା

ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା

ଖୁଣ୍ଟା,୨୩/୮ : ଖୁଣ୍ଟା ବ୍ଲକ ଶିକ୍ଷାବିଭାଗ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଖୁଣ୍ଟା ଡ଼ିଗ୍ରୀ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ୨ଦିନ ଧରି ଚ଼ାଲୁ ରହିଥିବା ଏହି ପ୍ରତିଯୋଗିତାରେ ବ୍ଲକ ଅଧୀନରେ ଥିବା ହାଇସ୍କୁଲ ସ୍ତରରୁ ବରିଷ୍ଠ ବର୍ଗରୁ ୮୦ ଜଣ ଓ କନିଷ୍ଠ ଏବଂ ସର୍ବ କନିଷ୍ଠ ବର୍ଗରୁ ୧୩୮ଜଣ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।  

ଏହି ଅବସରରେ ଗୋଷ୍ଠୀ ଶିକ୍ଷାଧିକାରୀ ଘନଶ୍ୟାମ ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କବି ବିଷ୍ଣୁ ଶତପଥି ଯୋଗଦେଇ ଶିକ୍ଷାର୍ଥୀଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା ଓ ଅନ୍ଵେଷଣ ପ୍ରବୃତ୍ତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଛାତ୍ରଛାତ୍ରୀମାନଙ୍କୁ ସୂଚାଇଥିଲେ ।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରୀପାଠି, ସମିତି ସଭ୍ୟ ବାଘ୍ରାୟ ସରେନ , ଜିଲ୍ଲା ଶିକ୍ଷକ ସଂଘର ସାଂଗଠନିକ ସମ୍ପାଦକ ଗଦାଧର ନାୟକ , ଏବିଓ ବୃନ୍ଦାବନ ମାରାଣ୍ଡି ଓ ଅଞ୍ଜଳି ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଗଣିତ , ବିଜ୍ଞାନ , ସାମାଜିକ ବିଜ୍ଞାନ ଓ ପ୍ରତ୍ୟେକ ଦିନର ସାଂପ୍ରତିକ ଘଟଣାବଳି ଉପରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିବାବେଳେ କୃତ୍ତକାର୍ଯ୍ୟ ହୋଇଥିବା କନିଷ୍ଠ, ସର୍ବକନିଷ୍ଠ ଓ ବରିଷ୍ଠ ବର୍ଗରୁ ମୋଟ ୯ ଜଣ ବିଦ୍ୟାର୍ଥିଙ୍କୁ ଟ୍ରଫି ଓ ମାନପତ୍ର ଏବଂ ଅଂଶ ଗ୍ରହଣ କରିଥିବା ଅନ୍ୟ ସମସ୍ତ ପ୍ରତିଯୋଗୀମାନଙ୍କୁ ମାନପତ୍ର ସମେତ ସାନ୍ତ୍ଵନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ ନରେନ୍ଦ୍ର ମଲ୍ଲିକ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଅଜୟ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଆଲୋକ ସାହୁଙ୍କ ସମେତ ଅନ୍ୟ ଶିକ୍ଷକମାନେ ଉପସ୍ଥିତ ରହି ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l