ବାଣରେ ନୁହେଁ, ହସର ଦୀପାବଳୀ ପାଳନ କରନ୍ତୁ : ସଂଯୁକ୍ତା ଦାଶ
ଭୁବନେଶ୍ବର,୨୧/୧୦ : ପ୍ରାଚୀନ ତଥ୍ୟ ଅନୁସାରେ ଦୀପାବଳୀ ହେଉଛି ଆଲୋକର ପର୍ବ। ଅନ୍ଧାର ଉପରେ ଆଲୋକର ବିଜୟ, ତା ସହ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରି ଆତ୍ମା କୁ ଶାନ୍ତି ପ୍ରଦାନ କରିବା । ବେଳ ଥିଲା ପରିବାରର ସମସ୍ତ ଲୋକ ଏକତ୍ରିତ ହୋଇ ବଡ଼ ବଡୁଆଙ୍କୁ ଡାକି, ଦୀପ ଦାନ କରି ଖୁସି ଏବଂ ହସ ଉଲ୍ଲାସର ସହ ମୌଜ ମସ୍ତି କରି ଦୀପାବଳୀ ପାଳନ କରୁଥିଲେ। ହେଲେ ଆମେ ଆଜିକାଲି ସବୁ ପରମ୍ପରାକୁ ଓଲଟା ବ୍ୟବହାର କରୁଛେ । ଯେମିତି ଦୀପାବଳିରେ ଦୀପ ଜଳାଇବାକୁ ଯେତେମାତ୍ରାରେ ଗୁରୁତ୍ବ ଦେଉନେ, ବାଣ ଫୁଟାଇବାକୁ ଗୁରୁତ୍ବ ଦେଉଛେ। ପ୍ରତି ବର୍ଷ ଲୋକେ ବାଣ ଫୁଟାଇବାରେ ପ୍ରତିଯୋଗିତା କରୁଛନ୍ତି ଓ ଏଥିପାଇଁ ଅନେକ ଅଘଟଣ ଘଟୁଛି, ଯେମିତି ଶରୀରରେ କୌଣସି ଅଙ୍ଗପ୍ରତ୍ୟଙ୍ଗ ନଷ୍ଟହେବା, ବିସ୍ପୋରଣରେ ଧନ ସମ୍ପତିର କ୍ଷୟ ଘଟିବା ଇତ୍ୟାଦି। ସମୟେ ସମୟେ ଜୀବନ ମଧ୍ୟ ହାନି ଘଟୁଛି । ତଥାପି ଆମେ ସଚେତନ ହୋଇପାରୁନାହେଁ।
ଅନେକ ସ୍ବେଛାସବୀ ସଂଗଠନ ସଚେତନତାମୂଳକ କାର୍ଯ୍ୟକ୍ରମ କରି ଲୋକମାନଙ୍କୁ ହସରେ ଦୀପାବଳୀ ପାଳନକରିବାକୁ କହିବା ଏବଂ ଅନେକ ସଂଗଠନ ବାଣ ସଦୃଶ ଚକୋଲେଟ୍ ତିଆରି କରି ବାଣ୍ଟିବା ପରେ ମଧ୍ୟ ସେମାନଙ୍କୁ ବିଫଳ ହେବାକୁ ପଡ଼ିଥିଲା। ପ୍ରଶାସନର ନିୟମ ଅନୁଯାୟୀ ରାତି ୯ ଟା ପରେ ବାଣ ଫୁଟାବାକୁ ମନା ହେବା ସତ୍ତ୍ୱେ, ରାତି ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ବାଣର ଶବ୍ଦ ଶୁଣିବାକୁ ମିଳିଥିଲା।
ଅନ୍ୟ ଦେଶମାନଙ୍କରେ ଆଇନି ଶୃଙ୍ଖଳା ଏତେ କାର୍ଯ୍ୟକାରୀ ହୋଇପାରୁ ଥିବା ବେଳେ, ଆମେ ଏତେ ଦୁର୍ବଳ କାହିଁକି? ଲୋକମାନଙ୍କର ସଚେତନତାର ଅଭାବ ନା ପ୍ରଶାସନ ର କ୍ଷମତା ହ୍ରାସ ? ଆଜି ଦିଲ୍ଲୀରେ ଯେଉଁ ଅବସ୍ଥା ଘଟୁଛି, କାଲି ଆମର ଯେ ହେବନି କିଏ ତାର ଉତ୍ତର ଦେବ ? ସମୟ ପୂର୍ବରୁ ସଚେତନ ହେବା ନିହାତି ଜରୁରୀ, ନଚେତ୍ ମଣିଷ ସମାଜକୁ ବଞ୍ଚାଇବା ପାଇଁ କେହିବି ନାହାଁନ୍ତି। ବର୍ତ୍ତମାନ ସମୟ ପରିବର୍ତ୍ତନର ଏବଂ ଏହି ପରିବର୍ତ୍ତନର ସ୍ୱର ପ୍ରତ୍ୟେକ ଘରୁ ଉଠିବା ନିହାତି ଆବଶ୍ୟକ। ନିଜେ ସଚେତନ ହୁଅନ୍ତୁ ଓ ସମାଜକୁ ସଚେତନ କରାନ୍ତୁ।

Editor 


