ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଗୀତ ଉନ୍ମୋଚିତ

ଭୁବନେଶ୍ବର, ୧୨/୧୨ : ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁଙ୍କ ଦ୍ଵାରା ପ୍ରସ୍ତୁତ ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ପର୍ଯ୍ୟବେସିତ ସଙ୍ଗୀତ "ଆସ ଲଗାଇବା ଗଛ" ଉନ୍ମୋଚିତ ହୋଇଯାଇଛି । କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ, ଅନନ୍ଦପୁରର ଉପଖଣ୍ଡ ବନ ଅଧିକାରୀ ଅଭୟ କୁମାର ଦଳାଇ, ସହକାରୀ ବନ ସଂରକ୍ଷକ ଅଶୋକ କୁମାର୍ ବିଶ୍ଵାଳଙ୍କ ଦ୍ଵାରା କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ଆନନ୍ଦପୁରଠାରେ ଉନ୍ମୋଚିତ ହୋଇଯାଇଛି ।
ଉକ୍ତ ଗୀତ ମାଧ୍ୟମରେ ଶ୍ରୀ ସାହୁ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଜଙ୍ଗଲ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି । ପୁନଶ୍ଚ ନିଜର ଜନ୍ମ ଦିନରେ ଅତି କମରେ ଗୋଟିଏ ଗଛ ଲଗାଇ ଏହାର ଯତ୍ନ ନେବା ପାଇଁ ଗୀତ ମାଧ୍ୟମରେ କୁହାଯାଇଛି । ଏ ଦିଗରେ ବ୍ୟାପକ ଜନ ସଚେତନତା ଜରୁରୀ ବୋଲି ଶ୍ରୀ ସାହୁ କହିଛନ୍ତି । ଗୀତଟିକୁ ବାପି ଭୂୟାଁ ଗାଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଡ଼ଃ ଦୟାନିଧି ଦାଶ ଏବଂ ଗୀତଟିକୁ ରଚନା ଓ ପରିକଳ୍ପନା କରିଛନ୍ତି ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁ ।
ଉକ୍ତ ଗୀତଟି ଶ୍ରୋତା ଏବଂ ଦର୍ଶକମାନେ କଳିଙ୍ଗ ଫିଲ୍ମ ପ୍ରଡକ୍ସନ ୟୁଟ୍ୟୁବ୍ ଚ୍ୟାନେଲରେ ଶୁଣିପାରିବେ ବା ଦେଖିପାରିବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଶ୍ରୀ ସାହୁ ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଦୀର୍ଘ ଦସ ବର୍ଷରୁ ଊର୍ଦ୍ଧ୍ବ ହେବ କାମ କରି ଆସୁଛନ୍ତି ।