ପର୍ଯ୍ୟଟକଙ୍କ ପାଇଁ ୩ମାସ ବନ୍ଦ ରହିବ ଭିତରକନିକା

ପର୍ଯ୍ୟଟକଙ୍କ ପାଇଁ ୩ମାସ ବନ୍ଦ ରହିବ ଭିତରକନିକା

ଭୁବନେଶ୍ବର,୨୯/୪: ପର୍ଯ୍ୟଟକ ଙ୍କ ପାଇଁ ମାସ ବନ୍ଦ ରହିବ ଭିତରକନିକା l ମେ ତାରିଖରୁ ଜୁଲାଇ ୩୧ତାରିଖ ଯାଏଁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ । ବଉଳାକୁମ୍ଭୀରମାନଙ୍କର ପ୍ରଜନନ ଋତୁ ହୋଇଥିବାରୁ ଏହାକୁ ଦୄଷ୍ଟିରେ ରଖି ବନବିଭାଗ ଏହି ପଦକ୍ଷେପ ନେଇଛି । ଏହି ସମୟରେ ବଉଳା କୁମ୍ଭୀରମାନେ ଅଣ୍ଡା ଦେବାକୁ ନିରାପଦ ସ୍ଥାନ ଠାବ କରି ବସା କରି ଅଣ୍ଡା ଦେଇଥାନ୍ତି ।

ଜୁଆର ମାଡୁନଥିବା ସ୍ଥାନରେ ଅର୍ଥାତ ସ୍ଥଳଭାଗରେ କୁମ୍ଭୀର ବସା କରି ଅଣ୍ଡା ଦେଇଥାଏ ଏହି ସମୟରେ ମାଆ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇ ପଡିଥାନ୍ତି lଏହି ତିନି ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ନାହିଁବୋଲି ବନବିଭାଗ ନିୟମ ଜାରିକରିଛି l ଏହି ସମୟରେ ମାଛଧରା ବୋଟ ଓ ଅନ୍ୟାନ୍ୟ ମଟରଚାଳିତ ବୋଟ ଗୁଡିକୁଜାତୀୟ ଉଦ୍ୟାନ ରେ  ନିଷିଦ୍ଧ କରାଯାଇଛି । ମାତ୍ର ଅଗଷ୍ଟ୧ ତାରିଖରୁ ପୁଣି ଥରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ।