ନିର୍ବାଚନ ଲଢ଼ିବେ ନି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ

ନିର୍ବାଚନ ଲଢ଼ିବେ ନି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ

ସମ୍ବଲପୁର,୧୨/୭ : ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଏ ନେଇ ସମ୍ବଲପୁରରେ ଆୟୋଜିତ ରୋଜଗାର ମେଳାରେ ବଡ଼ ମନ୍ତବ୍ୟ ଦେଇଛନ୍ତି ଜୁଏଲ୍ । ଯୁବପିଢ଼ିଙ୍କ ପାଇଁ ରାଜନୀତି ବାଟ ଖୋଲିବା ଲାଗି ଜୁଏ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ନିଜ ରାଜନୈତିକ କ୍ୟାରିୟରରେ ଜୁଏଲ୍ ୧୦ ଥର ନିର୍ବାଚନ ଲଢ଼ିଛନ୍ତି ।

ସେ ୮ ଥର ଏମପି ଏବଂ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନ ପ୍ରଚାର ସମୟରେ ଜୁଏଲ ଓରାମ ଆଗାମୀ ଦିନରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ । ନିର୍ବାଚନ ନ ଲଢ଼ି ଦଳୀୟ ସାଂଗଠନିକାର୍ଯ୍ୟକ୍ରମରେ ସାମିଲ ହେବା ନେଇ ଜୁଏଲ ସ୍ପଷ୍ଟ କରିଛନ୍ତି ।