ଜେଡିୟୁ ବିଧାୟକ ଦଳ ନେତା ହେଲେ ନୀତୀଶ

ଜେଡିୟୁ ବିଧାୟକ ଦଳ ନେତା ହେଲେ ନୀତୀଶ

ପାଟ୍‌ନା,୧୯/୧୧ : ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ନୀତୀଶ କୁମାର। ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ ନେତା ନିର୍ବାଚିତ ହୋଇଛନ୍ତି । ଆସନ୍ତାକାଲି ଅର୍ଥାତ୍ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ ନୀତୀଶ କୁମାର ଶପଥ ନେବେ । ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ ଶପଥ ନେବେ।

ସୂଚନା ଅନୁସାରେ, ୯ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ଏକ ରେକର୍ଡ ସ୍ଥାପନ କରିଛନ୍ତି । ଏଥର ସେ ୧୦ମ ଥର ପାଇଁ ରାଜ୍ୟର ମୁଖିଆ ହେବେ । ୨୦୦୦ ମସିହାରେ ପ୍ରଥମେ ୭ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।