ଜୀ-ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ,'ସାଥୀ ସାତ ଜନ୍ମର' ରେ ସମ୍ପର୍କର ଦୋଛକିରେ ଅର୍ଚ୍ଚନା

ଭୁବନେଶ୍ବର,୨୧/୮ : ଜୀ ସାର୍ଥକର ସମସ୍ତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଓଡିଆ ଦର୍ଶକଙ୍କ ମନ ସହଜରେ ଜିତିଛି ଯେଉଁଥିପାଇଁ ଆଜି ଓଡ଼ିଶାର ଘରେ ଘରେ ପରିଚିତ ଏହି ଚ୍ଯାନେଲ । ସେହିପରି ଏକ କାହାଣୀ ନେଇ ଆସିଛି ମେଗା ଧାରାବାହିକ 'ସାଥୀ ସାତ ଜନ୍ମର'। ସମ୍ପୂର୍ଣ୍ଣ ଓଡ଼ିଆ ଘରର କାହାଣୀ ଓ ପରମ୍ପରାକୁ ନେଇ ସତ ମିଛ, ପ୍ରେମ, ଭଲ ପାଇବା, ବିଶ୍ୱାସଘାତକତା ଓ ପାରିବାରିକ ଚାପ ମଧ୍ୟରେ ଗଢି ଉଠିଛି ଏକ ସୁନ୍ଦର ମେଗା ଧାରାବାହିକ । ସୋମବାରରୁ ଶନିବାର ସନ୍ଧ୍ୟା ୭ରେ ପ୍ରସାରିତ ଏହି ମେଗା ଧାରାବାହିକ ସବୁ ସପ୍ତାହରେ ଅଧିକରୁ ଅଧିକ ଦର୍ଶକଙ୍କ ଭଲ ପାଇବା ସାଉଁଟିଛି ।
ତେବେ ଅର୍ଚ୍ଚନା ଓ ଦେବ ବିବାହ ବନ୍ଧନରେ ବାନ୍ଧି ହେବା ପରେ ପରିବାର ସମ୍ବନ୍ଧୀୟ ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇଛନ୍ତି। କାହାଣୀ ଗତିଶୀଳ ହୋଇଛି ଓ ଗଣେଶ ଚତୁର୍ଥୀର ପବିତ୍ର ଅବସରରେ, ଗୋଟେ ପଟେ ଅର୍ଚ୍ଚନା ନିଜ ବାପାଙ୍କୁ ଦେଇଥିବା ପ୍ରତିଶୃତି ଯେ ସାରା ଜୀବନ ତା ସ୍ୱାମୀ ଦେବଙ୍କ ସାଙ୍ଗରେ ଆଉ କେବେ ବି ଦେଖା କରିବ ନାହିଁ, ଅନ୍ୟ ପଟେ ସ୍ତ୍ରୀ ର କର୍ତ୍ତବ୍ୟ ଭାବେ ଦେବ ର ଆରମ୍ଭ ହୋଇଥିବା ନୂଆ ଗ୍ୟାରେଜର କଳସ ବିସର୍ଜନରେ କେମିତି ଅର୍ଚ୍ଚନା ଛିଡ଼ା ହେବ ଦେବ ସହିତ ? ଏମିତି ଏକ ଦୋଛକିରେ ଅର୍ଚ୍ଚନା ଆଉ ଦେବ ଙ୍କର ସମ୍ପର୍କ l ଏହିଠାରୁ ଆଗକୁ କଣ ଘଟିବ ଜାଣିବା ପାଇଁ ଦେଖୁଥାନ୍ତୁ "ସାଥି ସାତ ଜନ୍ମର" ପ୍ରତ୍ୟେକ ସୋମବାର ରୁ ଶନିବାର ସନ୍ଧ୍ୟା ୭ଟାରୁ କେବଳ ଜୀ ସାର୍ଥକରେ ବୋଲି ଅନୁରୋଧ କରିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ।