ଖୁଣ୍ଟା ହାଇସ୍କୁଲର ବାର୍ଷିକତ୍ସବ, ଶିକ୍ଷା ହିଁ ପରିଚୟ ସୃଷ୍ଟିରେ ସହାୟକ ହୋଇଥାଏ

ଖୁଣ୍ଟା ହାଇସ୍କୁଲର ବାର୍ଷିକତ୍ସବ, ଶିକ୍ଷା ହିଁ  ପରିଚୟ ସୃଷ୍ଟିରେ ସହାୟକ ହୋଇଥାଏ

ଖୁଣ୍ଟା, ୧୦/୧ : ଖୁଣ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସାବିତ୍ରୀ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୁପେ ଗୋପବନ୍ଧୁ ନଗର ବ୍ଲକ ବିଡିଓ ପୃଥିରାଜ ପରିଡ଼ା, ସମ୍ମାନିତ ଅତିଥିଭାବେ ସାନଖୁଣ୍ଟା ସରପଞ୍ଚ ସୁମି ହାଁସଦା, ସମିତି ସଭ୍ୟ ରଞ୍ଜନ ମହାନ୍ତି, ମୁଖ୍ୟବକ୍ତା ରୂପେ ବିଇଓ ଅଭିମନ୍ୟୁ ସେଠୀ, ସ୍ୱତନ୍ତ୍ର ଅତିଥିଭାବେ ଏବିଇଓ କୁଳମଣୀ ନାୟକ, ଜିଲ୍ଲା ବାଳିକା ସଂଯୋଜକ ପ୍ରଫୁଲ୍ଲ ବାରିକ ଓ ଡ଼ିଏସଏସ ଜ୍ଞାନରଞ୍ଜନ ଆଚାର୍ଯ୍ୟ ପରିଚାଳନା କମିଟି ସଭାପତି ମଦନମୋହନ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ । 

ଏହି ଅବସରରେ ମୁଖ୍ୟ ଅତିଥି ବିଡ଼ିଓ ଶ୍ରୀ ପରିଡ଼ା ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ୁଥିବାରୁ ନିଜକୁ ଗର୍ବିତ ମନେ କରିବା ଆବଶ୍ୟକ । ଶିକ୍ଷା ହିଁ ପରିଚୟ ସୃଷ୍ଟି କରିଥାଏ । ଏଣୁ ଉତ୍ତମ ଶିକ୍ଷା ଗ୍ରହଣ ସଙ୍ଗେ ସଙ୍ଗେ ଭଲ ମଣିଷଟିଏ ହେବାପାଇଁ ପରାମର୍ଶ ଥିଲେ । ସେହିପରି ଶିକ୍ଷା ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିବା ସହ ମାଧ୍ୟମିକ ଶିକ୍ଷା, ଜୀବନ ଗଠନର ପ୍ରମୁଖ ସମୟ ଏଣୁ ଏହାର ସଦୁପଯୋଗ କରିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ସୁଚାଇଥିଲେ । ପିଲାମାନଙ୍କ ଶିକ୍ଷାସ୍ତରକୁ ବୃଦ୍ଧି ଉଦ୍ଦେଶ୍ଵରେ ଜିଲ୍ଲାରେ ବିଦ୍ୟାର୍ଥୀମାନଙ୍କ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଚାଲୁ ରହିଥିବା " ମେଧାବି ମୟୁରଭଞ୍ଜ '' କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀ ଆଚାର୍ଯ୍ୟ ସୁଚନା ପ୍ରଦାନ କରିଥିଲେ ।

ପ୍ରାରମ୍ଭରେ ପରିଚାଳନା କମିଟିର ସଭାପତି ଥିବା ବରିଷ୍ଠ ସାମ୍ବାଦିକ ଦେବରଞ୍ଜନ ବେହେରାଙ୍କ ଅକାଳ ବିୟୋଗକୁ ନେଇ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀମତି ପାତ୍ର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ସଫଳତା ଓ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପରିପେକ୍ଷୀରେ ବିଭିନ୍ନ କ୍ଷେତ୍ରରେ କୃତ୍ତି ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ଶିକ୍ଷକ ଧର୍ମେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l