କୋଠଘର ତରଫରୁ "ତ୍ରିରଙ୍ଗା ପଦଯାତ୍ରା" ଏବଂ ଦେଶତ୍ମୋବୋଧ କବିତା ଆସର

କୋଠଘର ତରଫରୁ "ତ୍ରିରଙ୍ଗା ପଦଯାତ୍ରା"  ଏବଂ   ଦେଶତ୍ମୋବୋଧ କବିତା ଆସର

ଭୁବନନେଶ୍ୱର, ୧୧ / ୮ : କ୍ରାନ୍ତି ଦିବସ ଅବସରରେ ଓ ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶପ୍ରୀତିର ସ୍ୱାଭିମାନକୁ ସମ୍ମାନ ଜଣାଇ କୋଠଘର ଆମ ସାହିତ୍ୟ ପରିବାର ପକ୍ଷରୁ ଆୟୋଜିତ ହୋଇଥିଲା "ତ୍ରିରଙ୍ଗା ପଦ ଯାତ୍ରା" ଏବଂ ଦେଶାତ୍ମବୋଧକ କବିତା ପାଠ ଉତ୍ସବ । କୋଠଘର ପ୍ରତିଷ୍ଠାତା ସମ୍ପାଦିକା ଅମ୍ବିକା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ମହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ପିଏଜି ଛକରୁ ମାଷ୍ଟର କାଣ୍ଟିନ୍ ଯାଏ ଜାତୀୟ ପତାକା ଧରି ଦେଶପ୍ରେମର ସ୍ଲୋଗାନ ଦିଆ ଯାଇଥିଲା । ଅତିଥି ଭାବରେ ସମାଜସେବୀ ଲୋପାମୁଦ୍ରା ଷଡ଼ଙ୍ଗୀ,ଯୋଗ ଦେଇ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ପରେ ଆଇଜି ପାର୍କ ପରିସରରେ ସଭାପତି ପ୍ରଦୀପ୍ତ କୁମାର ସାହୁଙ୍କ ସଭାପତିତ୍ଵରେ ଦେଶାତ୍ମବୋଧ କବିତା ପାଠ କରାଯାଇଥିଲା ।

ଓଡ଼ିଆ ଭାଷା ସାହିତ୍ୟରେ ଜାତୀୟତା ଭାବର ପରିପ୍ରକାଶ କିପରି ସୃଷ୍ଟି କରାଯାଇପାରିବ ସେ ବିଷୟରେ ଯୁଗ୍ମ ସମ୍ପାଦକ, ଭାଷା ବିଜ୍ଞାନୀ ଡଃ ଦେବାଶିଷ ମହାପାତ୍ର ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ସଦସ୍ୟ ଡଃ ପ୍ରତାପ ରଞ୍ଜନ ମହାନ୍ତି,ସ୍ଵାତୀ ମହାପାତ୍ର, ଭାରତୀ ପରିଡ଼ା, ଆଶାଲତା ଦୀକ୍ଷିତ, ସୁଷମା ଦାଶ, ନିରୁପମା ରଥ, ଗୀତାଞ୍ଜଳି ସ୍ବାଇଁ, ଅମିତା କର ଏବଂ ଅନ୍ୟ ସଦସ୍ୟ ମାନେ । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ସମ୍ପାଦିକା ଅମ୍ବିକା ସ୍ୱାଇଁ ।