ଓଡ଼ିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ, ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ

ଓଡ଼ିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ, ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ

ଭୁବନେଶ୍ୱର,୯/୯ : ପାତ୍ରପଡା ଆଦର୍ଶ ହୋମ ଠାରେ ରବିବାର ଓଡିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ ହୋଇଯାଇଛି l ଏହି ଆଦର୍ଶ ହୋମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନସିକ ରୋଗୀଙ୍କୁ କିଭଳି ଚିକିତ୍ସିତ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ l ଆଗାମୀ ଦିନରେ କିଭଳି ଭାବେ ଏହି ଆଦର୍ଶ ହୋମକୁ  ସାରା ଭାରତ ବର୍ଷରେ ଲୋକା ଦୃତ କରାଯାଇପାରିବ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି l ଏଠାରେ ମାନସିକ ରୋଗୀଙ୍କୁ ମେଡ଼ିସିନ ପ୍ରଦାନ ସହ ଥେରା ପ୍ରେଟିକ ଟ୍ରିଟମେଣ୍ଟ ଏବଂ କାଉନସେଲିଂ ଦିଆଯାଇଥାଏ l ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି l ଏହାସହ ଏଠାରେ ସୁଲଭ ମୂଲ୍ୟରେ  ଚିକିତ୍ସା ସୁବିଧା ଯୋଗାଇଦେବାର ବ୍ୟବସ୍ଥା ରହିଛି l ସେହିଭଳି ଭାରତ ବର୍ଷର ସର୍ବ ପୁରାତନ ଆୟୁର୍ବେଦର ଶୈଳୀ ମାଧ୍ୟମରେ ଚିକିତ୍ସିତ କରାଯାଇଥାଏ l

ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଅମ୍ରିତ ପଟ୍ଟଯୋଶୀ, ନ୍ୟୁରୋ ସାଇକ ଆର୍ଟିଷ୍ଟ, ସମ୍ମାନିତ ଅତିଥି ଅଭିନେତା ବାବୁ ସାନ, ନ୍ୟୁରୋ ସାଇକ ଆର୍ଟିଷ୍ଟ ଡ. ଶୁଭେନ୍ଦୁ ନାରାୟଣ ମିଶ୍ର, ପ୍ରତିଷ୍ଠାତା  ଗୁରୁ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇଥିଲେ l ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ପ୍ରଫେସର ଶ୍ରୀ ପଟ୍ଟଯୋଶୀ କହିଥିଲେ,  ମଣିଷ ଜୀବନରେ ସୁରକ୍ଷା ପ୍ରଥମ l ବିଶେଷ କରି ମାନସିକ ରୋଗୀଙ୍କୁ ଏହା ଏକ ସୁରକ୍ଷା ଜୋନ ଭାବେ କାମ କରିବ l ଆମେ ଜାଣିଛୁ ମାନସିକ ରୋଗୀଙ୍କୁ  ଚିକିତ୍ସା କରିବା କେତେ କଷ୍ଟ l ପରିବାରରେ ବିଶେଷ କରି ଏ ସବୁ ଘଟଣା ଦେଖିବାକୁ ମିଳେ l ଏଣୁ ଆମକୁ ତାଙ୍କୁ ବୁଝାଇ ଆଣିବା କଷ୍ଟ l ମାନସିକ ରୋଗୀଙ୍କ ସହ ଉତ୍ତମ ଚିକିତ୍ସା ହେବା ଆବଶ୍ୟକ l ଆମେ ଜୀବନରେ ବଡ଼ ସ୍ବପ୍ନ ଦେଖିବା ଆବଶ୍ୟକ l

ସେହିଭଳି ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ଅଭିନେତା ଶ୍ରୀ ମହାନ୍ତି କହିଥିଲେ ଯେ, ଜୟ ଜଗନ୍ନାଥ l ବହୁତ ଖୁସି ଏଠି ଯୋଗଦେଇ l ଏହା ଏଭଳି ଏକ ଅସୁବିଧା ଏହା ସମାଜର କୌଣସି ଗୋଷ୍ଠୀ ଦେଖେନି l ଏମିତି ଏକ ଜାଗା ନିହାତି ଆବଶ୍ୟକ l ସମାଜର ପ୍ରତିଟି ବର୍ଗର ଲୋକଙ୍କୁ ଏଭଳି ଏକ ଜାଗା ନିହାତି ଆବଶ୍ୟକ l ମୁଁ ବହୁତ ଖୁସି ଏଭଳି ଏକ ସେଣ୍ଟର ସହ ମୁଁ ଯୋଡି ହୋଇଥିବାରୁ l ଏହା ବିଶେଷ କରି ଯୁବପୀଢ଼ିଙ୍କୁ ସାହାଯ୍ୟ ହେବ l

ଅନ୍ୟପଟେ ଡ.ଶ୍ରୀ ମିଶ୍ର କହିଥିଲେ ଯେ, ଆମର ଏଥିରେ ମୁଖ୍ୟ ଉଦ୍ଦେଶ୍ୟ ରହିବ କିଭଳି ଉତ୍ତମ ଚିକିତ୍ସା ଦେଇପାରିବା l  ଆପଣମାନଙ୍କ ପାଖରେ କେହି ନଥିଲେ ଏହି ଆଦର୍ଶ ହୋମ ଆପଣଙ୍କ ସାହାଯ୍ୟ ହେବ l

ଏହାର ପ୍ରଚାର ପ୍ରସାର ଦାୟିତ୍ୱରେ ରହିଛନ୍ତି ମିଡ଼ିଆ ପ୍ଲାନର ମାର୍କେଟିଂ ହେଡ଼ ପ୍ରଣୟ ଜେଠୀ l