ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
 
                                ଭୁବନେଶ୍ଵର, ୨୯/୫ : ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ଜୋରଦାର ହୋଇଛି କ୍ୟାମ୍ପେନ୍। ଆଜି ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାରିପଦା , ବାଲେଶ୍ଵର ଓ କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ବାରିପଦାରେ କ୍ୟାମ୍ପେନ୍ କରିବେ। ଅପରାହ୍ନ ୧ଟା ସମୟରେ ବାରିପଦା ଛଉ ପଡିଆରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ପରେ ଅପରାହ୍ନ ୨ଟା ୩୦ରେ ବାଲେଶ୍ଵରରେ ମୋଦୀଙ୍କ ନିର୍ବାଚନୀ ସଭା ରହିଛି। ଶେଷରେ ଅପରାହ୍ନ ୪ଟା ୩୦ରେ କେନ୍ଦ୍ରାପଡାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୩ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
 

 Editor
                                    Editor                                 
    
             
    
             
    
             
    
             
    
             
    
            

 
    
 
    
 
    
 
    
 
    

