ସହିଦନଗର ଦୁର୍ଗା ପୂଜା ମଣ୍ଡପଠାରେ ଅଗ୍ନି ଉତ୍ସବ ଅନୁଷ୍ଠିତ

ସହିଦନଗର ଦୁର୍ଗା ପୂଜା ମଣ୍ଡପଠାରେ ଅଗ୍ନି ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର, ୧୨/୨ : ଆଜି ସହିଦନଗରସ୍ଥିତ ସହିଦନଗର ଦୁର୍ଗା ପୂଜା ସମିତି ଆନୁକୂଲ୍ୟରେ ଅଗ୍ନି ପୂର୍ଣ୍ଣିମା ଉପଲକ୍ଷେ ଅଗ୍ନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ସମିତିର ଉପଦେଷ୍ଟା ମନୋରଞ୍ଜନ ଦାସ, ଶୁଭ୍ରାଂଶୁ ଶେଖର ରାଉତରାୟ, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପାତ୍ର, ଉପସଭାପତି ଚନ୍ଦନ କୁମାର ପାଲିତ, ଅଚ୍ୟୁତ ପ୍ରସାଦ ବେହେରା, ଯୁଗ୍ମସଂପାଦକ ବିଶ୍ଵ ପ୍ରସାଦ ମହାନ୍ତି, କୋଷାଧ୍ଯକ୍ଷ ସ୍ମୃତି ରଞ୍ଜନ ଜେନା, ଆସିଷ୍ଟାଣ୍ଟ କୋଷାଧ୍ୟକ୍ଷ ଗୋପାଳ କୃଷ୍ନ ମହାନ୍ତି ,ବରିଷ୍ଠ ସଭ୍ୟ ବିଭୁତି ଭୂଷଣ ମିଶ୍ର, ମହେଶ୍ଵର ମହାନ୍ତି, ଦେବାଶିଷ ସାହୁ, କାର୍ଯ୍ୟକାରୀ ସଭ୍ଯ ଶକ୍ତି ପ୍ରସାଦ ଜି, ଜୀତେନ୍ଦ୍ର ରାଓ, ଲଲିତ ଖୁଣ୍ଟିଆ, ବିଭୁ ପଦାରବିନ୍ଦ ନାୟକ, ରଞ୍ଜନ ସାମଲ, ଦେବାଶିଷ ଦାସ ସହିତ ବହୁ ଶ୍ରଦ୍ଧାଳୁ ଓ ସଭ୍ୟ ଉପସ୍ଥିତ ଥିଲେ I 

ଏହି ଉତ୍ସବରେ ଅଗ୍ନି ସଂଯୋଗ ସାରିଲା ପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା କରାଯଇଥିଲା । ସମିତିର ସମ୍ପାଦକ ସଚି ନନ୍ଦନ ନାୟକ ସମସ୍ତ ଭକ୍ତ ଓ ସଭ୍ୟଙ୍କୁ ଏହି ଉତ୍ସବରେ ଯୋଗଦାନ କରିବା ଓ ସହଯୋଗ କରିଥିବାରୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ ।