ବିଦ୍ୟାର୍ଥୀମାନେ ଦେଶ ଗଠନରେ ପ୍ରମୁଖ ଭୂମିକା ନିଅନ୍ତୁ : ଡଃ ତିରୁପତି ପାଣିଗ୍ରାହୀ
ଭୁବନେଶ୍ବର,୧୦/୨ : ଭୁବନେଶ୍ଵରସ୍ଥିତ ରାଜଧାନୀ ସରକାରୀ ମହାବିଦ୍ୟାଳୟର ରାଜଧାନୀ ଷ୍ଟୁଡେ ୟୁନିଟି ପକ୍ଷରୁ "ରାଜଧାନୀ ଫେଷ୍ଟ ୨୦୨୬" ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡଃ ତିରୁପତି ପାଣିଗ୍ରାହୀ ଯୋଗଦାନ କରି ବିଦ୍ୟାର୍ଥୀମାନେ ଦେଶକୁ ସଂସ୍କୃତି ସମ୍ପର୍ଣ୍ଣ, ଗୁଣିବାନ ଓ ବିକଶିତ କରିବା ଦିଗରେ ସ୍ବତନ୍ତ୍ର ଭୂମିକା ଗ୍ରହଣ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଏକାମ୍ର ଭୁବନେଶ୍ଵର ବିଧାୟକ ବାବୁ ସିଂ, ବିଧାୟକ ତଥା ବିଶିଷ୍ଟ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦାନ କରିଥିଲେ । ବିଦ୍ୟାର୍ଥୀମାନେ ଓଡ଼ିଶାର ପାରମ୍ପରିକ ନୃତ୍ୟ, ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କ ମନ ମୋହିଥିଲେ ।

Editor 


