ମୁଖ୍ୟମନ୍ତ୍ରୀଙ୍କ କାରକେଡରେ କମିଲା ଗାଡ଼ି ସଂଖ୍ୟା

ମୁଖ୍ୟମନ୍ତ୍ରୀଙ୍କ କାରକେଡରେ କମିଲା ଗାଡ଼ି ସଂଖ୍ୟା

ଭୁବନେଶ୍ୱର,୨୨/୫ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । ନିଜ କାର୍‌କେଡ୍‌ରେ ଥିବା ଗାଡ଼ି ସଂଖ୍ୟାକୁ ସେ ଆହୁରି କମାଇ ଦେଇଛନ୍ତି । ଏଣିକି ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ରେ ୭ଟି ବଦଳରେ ମାତ୍ର ୪ଟି ଗାଡ଼ି ସୀମିତ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ୍‌ ପରେ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଓ ଯାତାୟାତ ପାଇଁ ତାଙ୍କ କାର୍‌କେଡ୍‌ରେ ୭ଟି ଗାଡ଼ି ସାମିଲ ରହୁଥିଲା । କିନ୍ତୁ ଏବେ ଏହି ସଂଖ୍ୟାକୁ ପ୍ରାୟ ଅଧା କରି ଦିଆଯାଇଛି । ନୂତନ ନିଷ୍ପତ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଏବେ କେବଳ ୪ଟି ଗାଡ଼ିକୁ ନେଇ ଚାଲିବ । ଏହାଦ୍ୱାରା ମୁଖ୍ୟମନ୍ତ୍ରୀ ଯାତାୟାତ କରିବା ସମୟରେ ରାସ୍ତାରେ ଟ୍ରାଫିକ ସମସ୍ୟା କମ୍‌ ହେବ ଏବଂ ସାଧାରଣ ଜନତାଙ୍କୁ ଅଯଥା ହଇରାଣ ହେବାକୁ ପଡ଼ିବ ନାହିଁ ।