ସାଲିମାର- ସମ୍ବଲପୁର ମହିମା ଗୋସାଇଁ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ

ସାଲିମାର- ସମ୍ବଲପୁର ମହିମା ଗୋସାଇଁ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ

ସମ୍ବଲପୁର, (ଅଭ୍ୟର୍ଥନା ରଣା) ୨୪/୭ : ଟ୍ରେନ ନମ୍ବର ୨୦୮୩୧ ସାଲିମାର- ସମ୍ବଲପୁର ମହିମା ଗୋସାଇଁ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ ହୋଇଛି l ସମ୍ବଲପୁର ସହରର ଟାଙ୍ଗରପାଲି ନିକଟରେ ଟ୍ରେନ ଲାଇନଚ୍ଯୁତ ହୋଇଥିଲା l ଆଜି ସକାଳ ପ୍ରାୟ ୯ ଟା ୩୦ମିନିଟରେ ଟାରେ ଟ୍ରେନଟି ସାଲିମାରରୁ ସମ୍ବଲପୁର ଆସୁଥିବାବେଳେ ଏହି ଘଟଣା ଘଟିଛି l ତେବେ ଏହି ଟ୍ରେନ ଦୁର୍ଘଟଣାରେ ପଛ ପଟ ୨ ନମ୍ବର କୋଚର ୪ଟି ଚକ ଲାଇନଚ୍ଯୁତ ହୋଇଥିବାବେଳେ ଜଣେ ବି ଯାତ୍ରୀ ଆହତ ହୋଇ ନାହାନ୍ତି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛିl l

ଏହି ଘଟଣା ପରେ ଘଟଣାସ୍ଥଳରେ ପୋଲିସ, ଆରପିଏଫ, ରେଳ ବିଭାଗର ପଦାଧିକାରୀ, ଇଞ୍ଜିନିଅର ଟିମ୍ ପହଞ୍ଚି ତୁରନ୍ତ ଟ୍ରାକ ସଜାଡିବା କାମ କରିଥିଲେ l ଲାଇନଚ୍ୟୁତ ହୋଇଥିବା କୋଚର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଷ୍ଟେସନରେ ଛଡା ଯାଇଥିଲା ବୋଲି କହିଛନ୍ତି ଘଟଣାସ୍ଥଳକୁ ଆସିଥିବା ସମ୍ବଲପୁର ସଦର ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା l ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର,ଏସପି ମୁକେଶ କୁମାର ଭାମୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ l ଘଟଣାସ୍ଥଳରେ ସମ୍ବଲପୁର ଡିଆରଏମ ସୁଭାଷ ଚନ୍ଦ୍ର ଚୌଧୁରୀ ମଧ୍ୟ ପହଞ୍ଚି ଘଟଣାର ସ୍ଥିତି ଅନୁଧ୍ୟାନ କରିଥିଲେ l ଏହାସହ ଘଟଣାର ତଦନ୍ତ ରେଳବାଇ ର କମିଟି ଦ୍ୱାରା କରାଯିବ ବୋଲି ସୂଚନା ଦେଇଛନ୍ତି l