ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଗନ୍ନାଥ ସେନାର ଆବାହକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର,୨୭/୬ : ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଗନ୍ନାଥ ସେନାର ଆବାହକଙ୍କୁ ସମ୍ବର୍ଦ୍ଧନା । ଏବେ ଶ୍ରୀମନ୍ଦିରର ଚାରି ଦୁଆର ଖୋଲା ସରିଛି । ଆଗକୁ ମଧ୍ୟ ରତ୍ନ ଭଣ୍ଡାର ଖୋଲା ହେବ ବୋଲି ଘୋଷଣା ସରିଛି । ଏହି ଚାରି ଦୁଆର ଖୋଲିବାରେ ଜଗନ୍ନାଥ ସେନାର ଆବାହକ ପିକୁ ପଟ୍ଟନାୟକଙ୍କର ଭୂମିକା ସର୍ବାଗ୍ରେ ରହିଛି । ସବୁବେଳେ ଶ୍ରୀମନ୍ଦିରର ଉଚିତ୍ କାର୍ଯ୍ୟ ଧାରା ପାଇଁ ସେ ଆବେଦନ କରିଥାନ୍ତି।
ତାଙ୍କର ଏହି ମହନୀୟ ଉଦ୍ୟମ ପାଇଁ ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀଯୁକ୍ତ ପ୍ରିୟରଞ୍ଜନ ପଟ୍ଟନାୟକଙ୍କୁ ପୁରୀର ଜଗତ ପ୍ରତିହାରୀ ଜାଗା ପୀଠଠାରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ଥିବା ବ୍ୟକ୍ତିମାନେ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଜୟଦେବ ରାଉତ, ଉମାକାନ୍ତ ମହାରଣା, ଭାବଗ୍ରାହୀ ସାହୁ ଓ ଉତ୍ତମ ବେହେରା ପ୍ରମୁଖ।