ମତେ ନ୍ୟାୟ ମିଳିବ : ରତ୍ନାକର ସାହୁ
 
                                ଭୁବନେଶ୍ବର, ୨/୭ :  ବିଏମସିରେ ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଆସିଲା ରତ୍ନାକର ସାହୁଙ୍କ ପ୍ରତିକ୍ରିୟା । ସେ କହିଛନ୍ତି , ମଙ୍ଗଳବାର ଓଏଏସ ମହାସଂଘର ବିଏମସିରେ ବୈଠକ ହୋଇଥିଲା । ଆଇନ ତା ପଦକ୍ଷେପ ନେବ । ମୁଁ ଗତକାଲି କମିଶନରଙ୍କୁ ସବୁ କହିଥିଲି ଆଜି ଆସି କି ଦେଖା ହେଇଛି । ବିଏମସିରେ ସମସ୍ତେ ମତେ ସହଯୋଗ କରୁଛନ୍ତି । ବିଏମସି ମୋର ପରିବାର ଭଳି । ଏଠି ଛୋଟରୁ ବଡ଼ କର୍ମଚାରୀ ସମସ୍ତେ ସମସ୍ତଙ୍କୁ ସହଯୋଗ କରୁଛନ୍ତି। ମୋର ଆଇନ ଉପରେ ଭରସା ଅଛି । ଆଇନରୁ ଉର୍ଦ୍ଧ୍ବରେ କେହି ନାହାଁନ୍ତି । ତା ଉପରକୁ କେହି ଯାଇପାରିବେନି। ଗତକାଲି ଅଭିଯୋଗ ଶୁଣାଣିବେଳେ ମୋ ସହ ଏହା ଘଟିଲା । ମୋର ଦୃଢ଼ ବିଶ୍ୱାସ ଆଇନ ଉପରେ। ମତେ ନ୍ୟାୟ ମିଳିବ । ପୋଲିସ ଉପରେ ଭରସା ଅଛି । ସେମାନେ ତାଙ୍କ ଟାଇମ୍ ନେଉଛନ୍ତି । ମୋ ବିରୋଧରେ ଯାହା ଅଭିଯୋଗ ଆସୁଛି ସବୁ ଭିତ୍ତିହୀନ।   
ସୂଚନାଯୋଗ୍ୟ ଯେ,  ସୋମବାର  ବିଏମ୍ସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିଲା। ଅତିରିକ୍ତ କମିଶନର ରତ୍ନାକର ସାହୁ  ଅଭିଯୋଗ ଶୁଣାଣି କରୁଥିଲେ।  ଜଣେ କର୍ପୋରେଟରଙ୍କ ୫ରୁ ୬ ଜଣ ସହଯୋଗୀ ହଠାତ୍ ଅତିରିକ୍ତ କମିଶନରଙ୍କ ଚାମ୍ବର ଭିତରେ ପଶି ତାଙ୍କୁ ଉଠାଇନେବାକୁ ଉଦ୍ୟମ କରିବା ସହ ମାଡ଼ ମାରିଥିଲେ।  ଏହି ନେଇ ତୁରନ୍ତ ଖାରବେଳନଗର ଥାନାକୁ ସୂଚନା ଦିଆଯାଇଥିଲା ।
 

 Editor
                                    Editor                                 
    
             
    
             
    
             
    
             
    
             
    
            

 
    
 
    
 
    
 
    
 
    

