ବିଜ୍ଞାନ ଏବଂ ଆଧ୍ୟାତ୍ମ୍ୟ ଶୀର୍ଷକ ଜାତୀୟ ସ୍ତରୀୟ କର୍ମଶାଳା

ରାଉରକେଲା,୧୬/୯ : ରାଉରକେଲା ମ୍ୟୁନସିପାଲ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମାନବ ସଭ୍ୟତା ପାଇଁ ବିଜ୍ଞାନ ଓ ଆଧ୍ୟାତ୍ମ୍ୟ ଉପରେ ଏକ ଦୁଇ ଦିନାତ୍ମକ ଜାତୀୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳା କଲେଜର ଅଧ୍ୟକ୍ଷ ଡକ୍ଟର ସନାତନ ପ୍ରଧାନଙ୍କ ଦ୍ୱାରା ପରିଚାଳିତ ହୋଇଥବାବେଳେ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ବ୍ୟାପାରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ, ଓଡିଶା ମୁକ୍ତ ବିଶ୍ଵବିଦ୍ୟାଳୟ ସମ୍ବଲପୁରର କୁଳପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ପାନପୋଷ ଉପ-ଜିଲ୍ଲାପାଳ ବିଜୟ ନାୟକ, ଭୁବନେଶ୍ବରର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ।
କର୍ମଶାଳାରେ ସମ୍ମିଳିତ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନେ କହିଥିଲେ ଯେ, ବିଜ୍ଞାନ ବିଚାର ଓ ଆଧ୍ୟାତ୍ମ୍ୟ ବିଚାର ପରସ୍ପରରେ ପରିପୁରକା। ଆଧାତ୍ମ୍ୟ ବିଚାର ଓ ବିଜ୍ଞାନ ପ୍ରୟୋଗ ବିନା ବ୍ରହ୍ମାଣ୍ଡ ମଧେ ଲୁକ୍କାୟିତ ଥବା ଅଲୌକିକ ଓ ଅଦ୍ଭୁତ ଶକ୍ତି ଗୁଡିକୁ ଖୋଜିବା ଜଟିଳା ଆମ ବେଦ ପୁରାଣରେ ଯାହା ରହିଛି ତାହାକୁ ତର୍ଜମା କଲେ ଜଣାପଡେ ଯେ,ବିଜ୍ଞାନ ଆଜି ନୁହେଁ କେବେ ଠୁ ସୃଷ୍ଟି । ବିଜ୍ଞାନର ମୂଳ ସିଦ୍ଧାନ୍ତ ହେଉଛି ବ୍ରାହ୍ମାଣ୍ଡ ଏକ ଆଲୋକିକ ଓ ଅଦଭୁତ ଶକ୍ତିର ସମୁହା । ଏଣୁ ବ୍ରହ୍ମାଣ୍ଡ ମଧେ ଲୁକ୍କାୟିତ ଥିବା ଅଲୌକିକ ଓ ଅଦଭୁତ ଶକ୍ତି ସମୁହ ଉପରେ ଗବେଷଣା କରି ନୂତନ ଉଦ୍ଭାବନ କରିବା ସହ ଉଦ୍ଭାବିତ ଶକ୍ତି ମାନବ କଲ୍ୟାଣ ପାଇଁ ପ୍ରୟୋଗ କରିବା ହେଉଛି ବାସ୍ତବିକ ବିଜ୍ଞାନା ଏଣୁକରି ଆଧାତ୍ମ୍ୟ ଓ ବିଜ୍ଞାନ ଉଭୟେ ପରିପୂରକ । କୌଣସି ପ୍ରକାରର ବୈଜ୍ଞାନିକ ଗବେଷଣାଗତ ଲକ୍ଷ୍ୟକୁ ବାସ୍ତବିକ କହିବାଟା ଯଥାର୍ଥ ନୁହେଁ । ନୂତନ ମାନବ କଲ୍ୟାଣକାରୀ ବିଜ୍ଞାନ ଧାର୍ମିକ ଅନ୍ଧବିଶ୍ଵାସ ଦ୍ଵାରା ପ୍ରଶସ୍ତ ହୁଏ ନାହିଁ । ତର୍କ ସଙ୍ଗତ ଆଧ୍ୟାତ୍ମ୍ୟ ଜ୍ଞାନ ଦ୍ୱାରା ବିଜ୍ଞାନ ନୂତନ ଉଦ୍ଭାବନ ମାର୍ଗ ପ୍ରଶସ୍ତ ହୁଏ ମାତ୍ର ଦିନକୁ ଦିନ ମଣିଷ ଅଧିକରୁ ଅଧିକ ମାତ୍ରାରେ ବିଜ୍ଞାନକୁ ଯାବୁଡ଼ି ଧରୁଥିବାବେଳେ ଆଧାତ୍ମ୍ୟ ଜଗତରୁ ଦୁରେଇ ଦୂରେଇ ଯାଇଛି।
ଫଳରେ ମାନବ ସଭ୍ୟତା ଦିନକୁ ଦିନ ବିଜ୍ଞାନ ମଧେ ବଶୀଭୂତ ହୋଇ ଚାଲିଛି ଓ ଆଧାତ୍ମ୍ୟ ଶକ୍ତି ହରାଇ ବିକାର ଗ୍ରସ୍ତ ସହ ମଣିଷ ଶାନ୍ତି ରହିତ ହୋଇଯାଇଛି । ଏଣୁ ମଣିଷ ବିଜ୍ଞାନ ଓ ଆଧାତ୍ମ୍ୟ ଉପରେ ସମାନ୍ତରଳ ଭାବେ ମନ ନିବେଶ କରିବା ନିହାତି ଜରୁରୀ ବୋଲି ଅତିଥିମାନେ କହିଥିଲେ । ଏହାପରେ ଅତିଥିମାନଙ୍କ ଦ୍ଵାରା ଏକ ସ୍ମରଣିକା ଉନ୍ମୋଚିତ ହୋଇଥଲା।କର୍ମଶାଳାର ପ୍ରଥମ ଦିବସରେ ଓଡିଶା ତଥା ଓଡିଶାରୁ ଅନେକ ଜ୍ଞାନୀ ସୁଧୀଜନ ଯୋଗ ଦେଇଥିଲେ। ପ୍ରଫେସର ଡକ୍ଟର ଜ୍ଞାନରଞ୍ଜନ ମିଶ୍ର,ଇଂ ମାୟାଧର ସାଇଁ, ଡକ୍ଟର ବିଶ୍ଵଜିତ ଦାସ,ଡକ୍ଟର ଅରୁଣ କୁମାର ତ୍ରିପାଠୀ ଅଶୋକ ଶତପଥ ଡକ୍ଟର ରବିନ୍ଦ୍ର ନାଥ ମିଶ୍ର ପ୍ରମୁଖ ସମ୍ମିଳିତ ହୋଇ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । କଲେଜର ଅଧାପିଳା ସଂଯୁକ୍ତା ବେହେରାଙ୍କ ସମେତ ଏଥିରେ କଲେଜr ସମସ୍ତ ଛାତ୍ରୀଛାତ୍ର ଭାଗ ନେଇଥିଲେ । କର୍ମଶାଳାର ଆବାହିକା ରମା ସାହୁ ଏହାକୁ ପରିଚାଳନା କରିବା ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ଧନ୍ୟବାଦ ଜ୍ଞାପନ କରିଥିଲେ ।