ବାଛୁରୀ ମାରି ଖାଇଲା ବାଘ, ଆତଙ୍କିତ ଗ୍ରାମବାସୀ

ବାଛୁରୀ ମାରି ଖାଇଲା ବାଘ, ଆତଙ୍କିତ ଗ୍ରାମବାସୀ

ଖୁଣ୍ଟା, ୨୭/୧୧ : ଗତ ଏକ ସପ୍ତାହ ଧରି କପ୍ତିପଦା ଉପଖଣ୍ଡରେ ମାତିଛି ବାଘ। ଗାଁ ରୁ ଗାଁ ବାଘର ପାଦ ଚିହ୍ନ ଡେଇଁ ଚାଲିଥିବାବେଳେ ବନ ବିଭାଗ ପାଖରେ ଏହାର କୌଣସି ଠୋସ ଖବର ନାହିଁ। ଏକ ସପ୍ତାହ ପୂର୍ବରୁ ଦୁଇ ଦିନ ଧରି କପ୍ତିପଦା ବନାଞ୍ଚଳ ଅଧୀନ ଅସନବଣି ଏବଂ ଦାଣ୍ଡଘାଟ ଅଞ୍ଚଳରେ ବାଘ ପାଦ ଚିହ୍ନ ଦେଖାଯାଇଥିଲା। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ରହିଥିଲେ। ହେଲେ ସେତେବେଳେ ବାଘ ନ ଥିବା କହି ଗ୍ରାମବାସୀଙ୍କ କଥା ମିଛ ବୋଲି କହିଥିଲା। ଏହି ବାଘ ଆତଙ୍କ ଖବର କୁ ୩ ଦିନ ନ ବିତୁଣୁ ଏବେ ବାଘ ଗାଁ ରେ ପଶି ଗୁହାଳ ରୁ ବାଛୁରୀ ଟାଣି ନେଇ ଖାଇଛି। ହେଲେ ଏଥର ଉଦଳା ବନାଞ୍ଚଳ ଅଧୀନରେ ଘଟିଛି ଏଭଳି ଘଟଣା।  

ଉଦଳା ବନାଞ୍ଚଳ ଅଧୀନ ଚଡଦା ଗ୍ରାମରେ ବାଘ ଏକ ବାଛୁରୀ ଶିକାର କରିଛି। ଗ୍ରାମର ଶଙ୍କର ମାରାଣ୍ଡି ଗତକାଲି ରାତିରେ ଵିଲ ନିକଟରେ ଥିବା ଗୁହାଳରେ ବାଛୁରୀ ବାନ୍ଧି ଥିଲେ। ବିଲ ନିକଟରେ ଥିବା ଗୁହାଳରେ ବାଛୁରୀ ବାନ୍ଧି ଘରେ ରହିଥିଲେ। ଆଜି ସକାଳୁ ସେ ଗୁହାଳରେ ପହଂଚିବା ପରେ ବାଛୁରୀ ନ ଥିବା ଦେଖିବାକୁ ପାଇଥିଲେ। ଶେଷରେ ଅନେକ ଖୋଜାଖୋଜି କରିବା ପରେ ଗୁହାଳଠାରୁ କିଛି ଦୂରରେ ବାଛୁରୀଟି ମୃତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଯାହାକି କେହି ବନ୍ୟ ଜନ୍ତୁ ବାଛୁରୀକୁ ଖାଇଥିବା ଅନୁମାନ କରିଥିବାବେଳେ ୩ଟି ବିଲରେ ୧୨ରୁ ଅଧିକ ସ୍ଥାନରେ ବାଘ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାସହିତ ବିଲ ଗୁଡିକରେ ରକ୍ତ ପଡ଼ିଥିବା ଦେଖିବା ପରେ ଗ୍ରାମକୁ ବାଘ ଆସିଥିବା ଜାଣିବାକୁ ପାଇଥିଲେ। 

ବାଘ ଆତଙ୍କରେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ। ବାଘ ଏବେ ଗ୍ରାମ ନିକଟରେ ଥିବା ଗ୍ରାମବାସୀ ସନ୍ଦେହ କରୁଥିବାବେଳେ ବନ ବିଭାଗକୁ ଏ ନେଇ ସୂଚନା ପ୍ରଦାନ କରିଥିବାବେଳେ ବନ ବିଭାଗ ଆସି ବାଘ ବାଛୁରୀ ଖାଇଥିବା କହିଛି। ହେଲେ ବାଘ ଉପରେ ନଜର ରଖିବା ପାଇଁ ବନ ବିଭାଗ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେବେ ମିଳିଥିବା ସୂଚନା ଅନୁସାରେ, ୩ ଦିନ ପୂର୍ବରୁ କପ୍ତିପଦା ବନାଞ୍ଚଳ ଅଧୀନ କୁକୁନ୍ଦହୁଡ଼ି ପାହାଡ଼ରେ ୫ ଗୋଟି ଛେଳି କୁ ବାଘ ଖାଇଥିବା କୁହାଯାଉଛି। ତେବେ ବାଘକୁ ନେଇ ଦୁଇ ଗୋଟି ବନାଞ୍ଚଳ ଅଧୀନରେ ୧୫ ଦିନ ଧରି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।