ଜାତୀୟ ସେବା ଯୋଜନା ଦିବସ ପାଳିତ ; ଗଛର ସୁରାକ୍ଷା ହିଁ ଆମମାନଙ୍କ ପ୍ରଥମ ଲକ୍ଷ୍ୟ ହେବା ଆବଶ୍ୟକ

ଜାତୀୟ ସେବା ଯୋଜନା ଦିବସ ପାଳିତ ; ଗଛର ସୁରାକ୍ଷା ହିଁ ଆମମାନଙ୍କ ପ୍ରଥମ ଲକ୍ଷ୍ୟ ହେବା ଆବଶ୍ୟକ

ଖୁଣ୍ଟା, ୨୪/୯ : ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି ୲ ମହାବିଦ୍ୟାଳୟର ଏନଏସଏସ  କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ତପନ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରିପାଠୀ ଯୋଗଦେଇଥିବାବେଳେ ସ୍ଵତନ୍ତ୍ର ଅତିଥି ଖୁଣ୍ଟା ଫରେଷ୍ଟର ଅର୍ପିତା ଦେୱାଙ୍ଗନା , ମୁଖ୍ୟ ବକ୍ତା ଭାବରେ,  ଶିକ୍ଷା ବିଭାଗର ମୁଖ୍ୟ ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ସଭାରେ ଯୋଗ ଦେଇଥିଲେ ଥିଲେ ।

ଏହି ଅବସରରେ ଫରେଷ୍ଟର ଅର୍ପୀତା ଦେବାଙ୍ଗନା ଗଛ ଓ ମଣିଷର ସଂମ୍ପର୍କ ବିଷୟ ସୁଚାଇବା ସହ ଗଛ ଏବଂ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହିଁ  ଏବେ ମଣିଷ ସମାଜର ପ୍ରଥମ ଲକ୍ଷ୍ୟ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । ଏବଂ ଗଛ ଓ ଜଙ୍ଗଲ ହ୍ରାସ ଯୋଗୁଁ ସମଗ୍ର ବିଶ୍ଵରେ ଏବେ ଉତ୍ତାପ ବୃଦ୍ଧି ପାଇବାକୁ ଲାଗିଛି । ଯାହା ବିଶ୍ଵବାସୀଙ୍କ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଛି । ଏହାର ପ୍ରଭାବରେ  ପରିବେଷ ସନ୍ତୁଳନ ହରାଉଛି । ଏଣୁ ଅଧିକରୁ ଅଧିକ ସବୁଜ ବଳୟ ସୃଷ୍ଟି କରିବା ହିଁ ଏହାର ଏକ ମାତ୍ର ପ୍ରତିକାର  ବୋଲି ଛାତ୍ରଛାତ୍ରୀମାନଙ୍କୁ ସୁଚାଇ ଥିଲେ ।

ଏଥିପ୍ରତି ତ୍ନବାନ ହେବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ପରିସରରେ ୫୦ରୁ ଅଧିକ ବୃକ୍ଷରୋପଣ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି  କୃତ୍ତି ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସହଯୋଗୀ ବାଣୀବ୍ରତା ପ୍ରଧାନ ସଫଳତାର ସହ ପରିଚାଳନା କରିଥିବାବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତଥିଲେ ୲