କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ର ବୃହତ୍ ସଫଳତା

କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ର ବୃହତ୍ ସଫଳତା

ଭୁବନେଶ୍ବର, ୨୮/୭ : ଏଫଏମଡି ଫିଲ୍ମ ଦ୍ବାରା ପ୍ରସ୍ତୁତ କ୍ଷୁତ୍ର ଚଳଚ୍ଚିତ୍ର ‘ପାପଗର୍ଭ’ବର୍ତ୍ତମାନ ୫୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ସମ୍ମାନର ଅଧିକାରୀ ହୋଇଛି । ୧୭ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ୫୦ରୁ ଅଧିକ ପୁରସ୍କାରର ଅଧିକାରୀ ଭାବେ ମନୋନୀତ ହୋଇଛି କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ ।

ଏହି ଚଳଚ୍ଚିତ୍ରରେ ଓଲିଉଡ଼ର ଆକ୍ସନ ଷ୍ଟାର ଚନ୍ଦନ କର ମୁଖ୍ୟ ଭୂମିକାରେ ଥିବାବେଳେ ତାଙ୍କ ସହ ଅଭିନୟ କରିଥିଲେ ନବାଗତା ନାୟିକା ନିବେଦିତା ରାଉତ । ଏହାର କାହାଣୀ ରଚନା କରିଥିଲେ ଜଣାଶୁଣା ଲେଖକ ଏବଂକବି ଶକ୍ତି ମହାନ୍ତି । ଏହାର ଚିତ୍ରନାଟ୍ୟ ଏବଂ ସଂଳାପ ପ୍ରସ୍ତୁତ କରିଥିଲେ ଓଲିଉଡ଼ର ଯୁବ ନିର୍ଦେଶକ ରାକେଶ ସାମଲ । ଏହି କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦେଶନା ଦାୟିତ୍ବରେ ଥିଲେ ସାଇ ପ୍ରସାଦ । ଆଗକୁ ଏହି ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ମଧ୍ୟ ଆସିବାକୁ ଯାଉଛି ।