କୃଷକ ଉତ୍ପାଦକ ସଂଗଠନ ପାଇଁ ମାର୍କେଟିଂ ସହାୟତା ଉପରେ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର, ୯।୧୧ - ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ପାଇଁ ମାର୍କେଟିଂ ସହାୟତା" ଉପରେ ଏକ ରାଜ୍ୟ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓୟୁଏଟିର ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE) ପକ୍ଷରୁ ଏହା ଆୟୋଜନ କରାଯାଇଥିଲା। ଏଫପିଓର ବଜାର ପ୍ରବେଶ, ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ କାର୍ଯ୍ୟକ୍ଷମ ସ୍ଥିରତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଅଭିନବ ରଣନୀତି ଏବଂ ସହଯୋଗ ବିଷୟରେ ଆଲୋଚନା ହୋଇଥିଲା | ଏଥିରେ ସରକାରୀ କର୍ମଚାରୀ, ଶିଳ୍ପ ବିଶେଷଜ୍ଞ ଏବଂ ଅନେକ ଏଫପିଓ ପ୍ରତିନିଧୀଙ୍କ ସମେତ ପ୍ରମୁଖ ହିତାଧିକାରୀମାନେ ଯୋଗ ଦେଇଥିଲେ l
ଉଦ୍ଘାଟନୀ ଅଧିବେଶନରେ ଓୟୁଏଟି ଉପ-କୁଳପତି ପ୍ରଫେସର ପି.କେ. ରାଉଳ, ଉଦ୍ୟାନ କୃଷି ନିର୍ଦ୍ଦେଶକ (ଆଇଏଏସ୍) ନିଖିଲ ପାଭନ କଲ୍ୟାଣ, ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବି.କେ. ପଟ୍ଟନାୟକ, ଓୟୁଏଟିର ଏକ୍ସଟେନ୍ସନ ଏଜୁକେସନର ଡିନ୍ ପ୍ରଫେସର ପି.ଜେ ମିଶ୍ର ଏବଂ ଯୁଗ୍ମ ନିର୍ଦ୍ଦେଶକ ଏକ୍ସଟେନ୍ସନ୍ (ସୂଚନା) ଡକ୍ଟର ସରବାନୀ ଦାସ ଯୋଗ ଦେଇ ଏଫପିଓ ପାଇଁ ବଜାର ପ୍ରବେଶକୁ ବିସ୍ତାର କରିବାର ଗୁରୁତ୍ୱାରୋପ କରିଥିଲେ। ନିଖିଲ ପାଭନ କଲ୍ୟାଣ ସରକାରୀ ନୀତିର ଭୂମିକା ଉପରେ ଆଲୋକପାତ କରିଥିବାବେଳେ ପ୍ରଫେସର ପି.କେ. ରାଉଳ, ସ୍ଥାୟୀ ବଜାର ସଂଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ପ୍ରଫେସର ପି.ଜେ ମିଶ୍ର କୃଷି କ୍ଷେତ୍ରରେ ସହଯୋଗର ଗୁରୁତ୍ୱକୁ ସୂଚିତ କରିଛନ୍ତି। ସ୍ଥାୟୀ କୃଷି ବିକାଶ ପାଇଁ ଏଫପିସ ଗୁଡ଼ିକୁ ମଜବୁତ କରିବା ଉପରେ ବି.କେ. ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି ।
ଏହି ଆଲୋଚନାରେ ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଡ। ଲକ୍ଷ୍ମୀପ୍ରିୟା ଦେହୁରୀ, ପାଲାଡିୟମର ଆସୋସିଏଟ୍ ଡାଇରେକ୍ଟର ବିଶ୍ୱଜିତ୍ ବେହେରା, ଡିହାଟର ଆଞ୍ଚଳିକ ମୁଖ୍ୟ ବିଚିତ୍ର ସେନାପତି ଯୋଗ ଦେଇଏଫପିଓ ପାଇଁ ନୂତନ ମାର୍କେଟ-ଚାଳିତ ସୁଯୋଗ ଉପରେ କହିଥିଲେ। ଏଥିସହଏଫପିଓ ଗୁଡିକ ର ଅଭିବୃଦ୍ଧି କିପରି କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ। ଆର୍ଥିକ ଅନ୍ତର୍ଭୂକ୍ତିକୁ ଗୁରୁତ୍ୱ ଦେଇ ନାବକିଷାନ ଷ୍ଟେଟ ଲିଡ ସୁବ୍ରଜିତ ଶତପଥୀ ବ୍ୟାଙ୍କିଙ୍ଗ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ । ରିଲାଏନ୍ସ ରିଟେଲରୁ କୌଶିକ ଘୋଷ ଏବଂ ସ୍ବଦେଶ ତ୍ରିପାଠୀ ପ୍ରମୁଖ ଖୁଚୁରା ବ୍ୟବସାୟୀଙ୍କ ସହଯୋଗ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। | ଆଗ୍ରୀ ବିଜନେସ ମ୍ୟାନେଜମେଣ୍ଟ ର ମୁଖ୍ୟ ଡକ୍ଟର ସନତ ମିଶ୍ର ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସୂଚନା ଦେଇଥିଲେ।