କାଠଯୋଡ଼ିରେ ଅଘଟଣ ; ଭାସିଗଲେ ନାବାଳକ

କାଠଯୋଡ଼ିରେ ଅଘଟଣ ; ଭାସିଗଲେ ନାବାଳକ

କଟକ,୩/୧୦ : କାଠଯୋଡ଼ି ବାଲିଘାଟରେ ଭାସି ନାବାଳକ ନିଖୋଜ । ନାବାଳକ ଜଣକ ଜଣେ ୧୦ମ ଶ୍ରେଣୀ ଛାତ୍ର । ଗାଧୋଇବାକୁ ଯାଇଥିବାବେଳେ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ନଦୀର ସ୍ରୋତ ପ୍ରଖର ଥିବାରୁ ବାଳକ ଜଣକ ଭାସିଯାଇଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ନଦୀରେ ଜଳସ୍ରୋତ ବଢିଛି । ବିଡ଼ାନାସୀ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏ ଯାଏଁ ନାବାଳକର କୌଣସି ପତ୍ତା ମିଳିନାହିଁ ।