ଓଡ଼ିଆ କଳାକାରଙ୍କ ସ୍ୱର (OKS) ପରିବାରର ସାଧାରଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୧୬/୯ : ରବିବାର ଓଡ଼ିଆ କଳାକାରଙ୍କ ସ୍ୱର (OKS) ପରିବାରର ଏକ ସାଧାରଣ ବୈଠକ ସ୍ଥାନୀୟ ବୁଲନ ଭାଇ ସେବା ସଦନ, ମାଷ୍ଟର କ୍ୟାଣ୍ଟିନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁଷ୍ଠାନର ଭବିଷ୍ୟତ, ଆଉ କିପରି ଏହାକୁ ସୁଦୃଢ କରାଯାଇ ପାରିବ, ଓଡ଼ିଆ କଳାକାରଙ୍କ ଜୀବନ କିପରି ବିକଶିତ ହେବ, ଆଗକୁ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କିପରି ଭଲ ଭାବେ କରାଯାଇପାରିବ ସେହି ବିଷୟରେ ଆଲୋଚନା କରାଯାଇଥିଲା ।
ତତ୍ ସହିତ ରବୀନ୍ଦ୍ର କୁମାର ଭଞ୍ଜଙ୍କ ଲିଖିତ ଏକ ଗୀତିନାଟ୍ୟ ବହି ତୁଳସୀ ଶାଳଗ୍ରାମ ଅନୁଷ୍ଠାନର ଉପଦେଷ୍ଟା ବୁଲନ୍ ଭାଇ, ସଭାପତି ଶ୍ରୀଧର ମାର୍ଥା, ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା, ସହ ସଂପାଦକ ବରଦା ପ୍ରସନ୍ନ ପାତ୍ର, ସମୀକ୍ଷକ ମୃଣ୍ମୟ ନାୟକ, ସଂଯୋଜକ ସାର୍ଥକ ପ୍ରଧାନ, କାର୍ଯ୍ୟକାରୀ ସଦସ୍ୟ ସୁରଜିତ ପରିଡ଼ା, ବରିଷ୍ଠ ଅଭିନେତା ପରାଗ ପଟ୍ଟନାୟକ, ଜାନକୀନାଥ ମିଶ୍ର, ଅଭିନେତା ବିଧୁଭୂଷଣ ଷଡ଼ଙ୍ଗୀ, ଅଭିନେତ୍ରୀ ମନିଷା ମିଶ୍ର ଏବଂ ଅନେକ କଳାକାରଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଥିଲା । ସେହିଭଳି ଅନୁଷ୍ଠାନର କିଛି ସଦସ୍ୟଙ୍କୁ ପୁରସ୍କୃତ କରାଯାଇଥିଲା ।
ଅନୁଷ୍ଠାନର ସଦସ୍ୟା କଣ୍ଠ ଶିଳ୍ପୀ ତଥା ଅଭିନେତ୍ରୀ ଲିପିକା ମହାନ୍ତି, ଅଭିନେତ୍ରୀ କୁସୁମ ତ୍ରିପାଠୀ, ଅଭିନେତ୍ରୀ ମନିଷା ରଥ, ଅଭିନେତ୍ରୀ ପ୍ରଭାତୀ ସାହୁ, ଅଭିନେତା ଅରବିନ୍ଦ ଜେନା, ପ୍ରମୋଦ ରାଉତ, ଅଭିନେତା ପ୍ରକାଶ କୁମାର ସ୍ୱାଇଁ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । କଣ୍ଠ ଶିଳ୍ପୀ - ଗୁରୁ ଶ୍ରୀ ଦିବ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଆ ଭଜନ ପରିବେଷଣ କରାଯାଇଥିଲା । ମିଥୁନ ପ୍ରଧାନ ଏବଂ ମନିଲାଲ ସାହୁ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।