ଆସନ୍ତାକାଲି ଠାରୁ ସକାଳୁଆ ସ୍କୁଲ

ଆସନ୍ତାକାଲି ଠାରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୨୦/୩ : ଆସନ୍ତାକାଲି ଠାରୁ ବିଦ୍ୟାଳୟଗୁଡ଼ିକରେ ସକାଳୁଆ ପାଠ ପଢ଼ା ହେବ । ଛାତ୍ରଛାତ୍ରୀମାନେ ସକାଳ ୬ଟା ୩୦ରୁ ସ୍କୁଲକୁ ଯିବେ । ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଜାରି ରହିବ । ଏହି ନିୟମ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ । ଏ ନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ନିୟମ ତତକ୍ଷଣାତ୍ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ମଧ୍ୟ ପଠା ସରିଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । 

ସୂଚନାଯେଗ୍ୟ, ରାଜ୍ୟରେ ଦିନକୁ ଦିନ ତାପମାତ୍ର ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି । ମାର୍ଚ୍ଚ ମାସରୁ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଥିଲା 

ସେହିଭଳି ଅଙ୍ଗନବାଡ଼ିରେ ପାଠପଢ଼ା ନେଇ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଅପ୍ରେଲ୍‌ ୨ରୁ ସକାଳୁଆ ପାଠ ପଢ଼ା ହେବ ବୋଲି କହିଛନ୍ତି ।