ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ; କୋର୍ଟକୁ ଉଡ଼ାଇ ଦେବାକୁ ଆସିଲା ମେଲ୍
ଭୁବନେଶ୍ବର, ୧୨/୩ : ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ। ଇ-ମେଲ ଜରିଆରେ କୋର୍ଟକୁ ଉଡାଇ ଦେବାକୁ ଧମକ ମିଳିଥିଲା। କୋର୍ଟ ପରିସରରେ ସନ୍ଧାନୀ କୁକୁର ଓ ବମ୍ ସ୍କ୍ବାଡ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି । ଦମକଳ ବାହିନୀ ମଧ୍ୟ କୋର୍ଟ ପରିସରରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ବରଗଡ ପୁଲିସ ସମେତ କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ। ପୁଲିସ ଯାଞ୍ଚ ପରେ ଗୁଜବ ବୋଲି ଜଣାପଡିଥିଲା
ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟକୁ ବୋମାରେ ଉଡାଇଦେବାକୁ ଇ-ମେଲ୍ ଯୋଗେ ଧମକ ଆସିଥିଲା । କୋର୍ଟକୁ ବୋମାରେ ଉଡ଼ାଇଦେବା ଖବର ମିଳିବା ପରେ ବଡ଼ଗଡ଼ ଥାନା ପୋଲିସ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା । ଏହାସହ ଡଗ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର କୋର୍ଟ ପରିସରରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଯାଞ୍ଚ କରିଥିଲା । ଏଭଳି ଖବର ପ୍ରଚାରିତ ହେବା ପରେ କୋର୍ଟ ଭିତରେ ଭୟର ବାତାବରଣ ଖେଳିଯାଇଥିଲା । ଯାଞ୍ଚ ପରେ ଏହା ଗୁଜବ ବୋଲି ଜଣାପଡିଥିଲା ।

Editor 


