ହାଇୱା ଧକ୍କାରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ହାଇୱା ଧକ୍କାରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ସୁନ୍ଦରଗଡ଼,୧୯/୭ : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ଡା ବାଇପାସ୍‌ ଛକ ନିକଟ ୨୧୫/୫୨୦ ନମ୍ବର ଜାତୀୟ ରାଜପଥରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏଥରେ ୩ଜଣଙ୍କ ଜୀବନ ଚାଲିଯାଇଛି । ମୃତକ ହେଲେ କେ.ବଲାଙ୍ଗ ଥାନା ଅଞ୍ଚଳର ଡିଲୁ ପାତ୍ର, ମଦନ ମୁଣ୍ଡାରୀ ଓ ଶୁକ୍ରା ମୁଣ୍ଡାରୀ

ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ ଏକ ପୋଲ ନିର୍ମାଣ କାମରେ ୩ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ । ଏହି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି କାମ କରୁଥିବା ଶ୍ରମିକଙ୍କ ଉପରେ ଚଢ଼ିଯିବା ସହ ଛିଡ଼ା ହୋଇଥିବା ଏକ କ୍ୟାମ୍ପରକୁ ପ୍ରଚଣ୍ଡ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଡାକ୍ତରଖାନାରେ ଆଖି ବୁଜିଛନ୍ତି। ଏହି ଦୁର୍ଘଟଣାରେ ତିନିଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।