ସରକାରୀ ଚାକିରି ପ୍ରଲୋଭନ ଦେଖାଇ ୨ କୋଟି ଟଙ୍କା ଠକେଇ

ସରକାରୀ ଚାକିରି ପ୍ରଲୋଭନ ଦେଖାଇ ୨ କୋଟି ଟଙ୍କା ଠକେଇ

ସମ୍ବଲପୁର,୨୩/୧୦ : ସରକାରୀ ସଂସ୍ଥାରେ ଝାଡ଼ୁଦାର ଚାକିରି ଦେବାକୁ କହି ଏକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଠକେଇ ଅଭିଯୋଗରେ ବୁର୍ଲା ପୋଲିସ ୨ଜଣଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୬୨ ଲକ୍ଷ ଟଙ୍କା ଜବତ କରିଛି। ସମମ୍ବପୁର, ବରଗଡ଼, ବୌଦ୍ଧ ଓ ସୋନପୁର ଜିଲାରୁ ଅଭିଯୁକ୍ତମାନେ ଠକେଇ କରିଥିବା ଜଣାପଡିଛି।

ଠକ ଦଳ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨ କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି । ଠକ ଦଳ ହାତାହାତି ଜଣକଠାରୁ ୧୨ ହଜାର ଲେଖାଏ ଆଦାୟ କରୁଥିଲେ। ଏହି ଘଟଣାରେ ବୁର୍ଲା ଥାନା ପୋଲିସ ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ପଚରାଉଚରା ପାଇଁ ଆଣିଥିଲା। ଖବର ପାଇ କିଛି ମହିଳା ଥାନା ଆଗରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ । ହେଲେ ପୋଲିସ ସେମାନଙ୍କୁ ବୁଝାସୁଝା ପରେ ସେମାନେ ଘରକୁ ଚାଲିଯାଇଥିଲେ।