ସମ୍ବଲପୁରରେ ମେଡିକାଲ ମାଫିଆମାନଙ୍କ ପାଇଁ ଭୀମସାର ମେଡିକାଲକୁ ପଙ୍ଗୁ କରି ଦିଆଯାଇଛି : ରୋହିତ ପୂଜାରୀ

ସମ୍ବଲପୁର, ୨୬/୩ : ମେଡିକାଲ ମାଫିଆମାନଙ୍କ ପାଇଁ ଭୀମସାର ଓ ସରକାରୀ ହସ୍ପିଟାଲକୁ ପଙ୍ଗୁ କରି ଦେଇଛନ୍ତି ସରକାର l ସମ୍ବଲପୁରରେ ଚାଲିଥିବା ମେଡିକାଲ ମାଫିଆ ରାଜ ପଛରେ ଅଛନ୍ତି ବିଜେପି ନେତା l ଏମିତି ଅଭିଯୋଗ କରି ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛନ୍ତି ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ l
ବୁର୍ଲା ଭୀମସାର ନିକଟରେ ପୂର୍ବତନ ସରକାର ଦ୍ୱାରା ତିଆରି ହୋଇଥିବା ସୁପର ସ୍ପେସିଆଲିଟି ହସ୍ପିଟାଲ କୁ ବର୍ତ୍ତମାନ ର ସରକାର ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିନଥିବାରୁ ଏହାର ପ୍ରତିବାଦ କରିବା ଅବସର ରେ ରୋହିତ ଏମିତି କିଛି କଥା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି l ଆଜି ଏହି ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ଙ୍କ ନେତୃତ୍ୱ ରେ ବିଜେଡି ପକ୍ଷରୁ ବୁର୍ଲା ସୁପର ସ୍ପେସିଆଲିଟି ହସ୍ପିଟାଲ ବିଲଡିଂ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l