ବିଜେଡି ସରକାର ମତେ ଅତ୍ୟାଚାର କରିବା ପାଇଁ କେସ କରୁଥିଲେ : ଜୟ ନାରାୟଣ

ବିଜେଡି ସରକାର ମତେ ଅତ୍ୟାଚାର କରିବା ପାଇଁ କେସ କରୁଥିଲେ : ଜୟ ନାରାୟଣ

ସମ୍ବଲପୁର, ୧୪/୧୧ : ଗତ ବର୍ଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ସମୟରେ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନଙ୍କୁ ସମ୍ବଲପୁର ବିଧାୟକ ଜୟନାରାୟଣଙ୍କ ମାଡ଼ ମରା ଅଭିଯୋଗ ଘଟଣାରେ ଆଜି ସୁପ୍ରିମ କୋର୍ଟ ଜୟ ନାରାୟଣଙ୍କ ଆଣ୍ଟିସେପେଟାରୀ ବେଲ ବା ଆନ୍ତରୀଣ ସୁରକ୍ଷା ଆବେଦନ ଖାରଜ ହେବା ଘଟଣା ସେ ପ୍ରତିକ୍ରିୟା ରଖିଛନ୍ତି l 

ଏ ନେଇ ସେ କହିଛନ୍ତି ଯେ, ମୋ ନାଁରେ ୭୨ଟି କେସ୍ ରହିଛି l କେଉଁ କେସ୍ ମୁଁ କିଛି ଜାଣି ନାହିଁ l ସୁପ୍ରିମ କୋର୍ଟରୁ କୌଣସି ନୋଟିସ କିମ୍ବା ଅର୍ଡର ମତେ ଆସି ନାହିଁ l ଅର୍ଡର ଆସିଲା ପରେ ମୁଁ ପରବର୍ତ୍ତୀ ପଦକ୍ଷେପ ହାତକୁ ନେବି l ମୁଁ ବିରୋଧି ଦଳରେ ଥିବାବେଳେ ବିଜେଡି ମୋ ନାଁରେ ଅନେକ କେସ୍ କରାଇଛି l ଏ ଭିତରେ ୭ ରୁ ୮କେସ୍ ଖାରଜ ହୋଇ ସାରିଲାଣି l ଆଗକୁ ଦେଖିବେ ସବୁ କେସ୍ ଖାରଜ ହୋଇଯିବ l ଏହାସହ ମୁଁ ମହିଳା ଅଧିକାରୀଙ୍କୁ ମାଡ ମାରି ନାହିଁ, ଅଫିସର ମୋର ଗୋଡକୁ ମାଡି ଦେବାରୁ ମୁଁ ଠେଲି ଦେଲି ବୋଲି ଜୟ ନାରାୟଣ କହିଛନ୍ତି l 

ଏହାସହ ପୋଲିସ ଜନତାଙ୍କୁ ବାଡେଇଲେ ପୋଲିସକୁ ଗୋଡେଇ ଗୋଡେଇ ବାଡେଇବା କଥା ବୋଲି କହିଛନ୍ତି ଜୟ l ବିଜେଡି ସରକାର ମତେ ଅତ୍ୟାଚାର କରିବା ପାଇଁ କେସ କରୁଥିଲେ l କେସ ସହିତ ବର୍ତ୍ତମାନର ମନ୍ତ୍ରୀ ମଣ୍ଡଳ ସହିତ କିଛି ସମ୍ପର୍କ ନାହିଁ l କେସ ଜାହାର ନାମରେ ନାହିଁ ସେ ନେତା ନୁହଁ l କେସ ଯାହା ନାମରେ ନାହିଁ ସେ ରାଜନୀତି ପାଇଁ ପାଇଁ ଅନଫିଟ ବୋଲି କହିଛନ୍ତି ଜୟନାରାୟଣ l