ବାସିପିଠାରେ କୌଶଳ ରଥକୁ ସ୍ୱାଗତ

ଖୁଣ୍ଟା,୨୩/୮ : ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଦ୍ୱାରା ଦକ୍ଷ ଓ ବିକାଶିତ ଓଡ଼ିଶା ଗଠନ ଲକ୍ଷ୍ୟ ରଖି ସଚେତନତ ସୃଷ୍ଟି ନିମନ୍ତେ ଜିଲ୍ଲା ବ୍ୟାପି ଭ୍ରମଣ କରିବାକୁ ଥିବା କୌଶଳ ରଥକୁ ଶୁକ୍ରବାର ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଳକ ଅଧିନ ବାସିପିଠାସ୍ଥିତ ଏସ୍.ଏସ୍ ଡ଼ି ଉଚ୍ଚ ବିଦ୍ୟାଳୟଠାରେ ପହଞ୍ଚିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିପ୍ତିକାନ୍ତ ଜେନାଙ୍କ ନେତୃତ୍ଵରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଏହି ରଥ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଦିଗରେ ସହାୟକ ହୋଇପାରିବ । ବୈଷୟିକ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ ପାଇବା ସହ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାକ୍ଷେତ୍ରରେ ନିଜର ସଠିକ୍ ଦିଗ ଚୟନ କରି ରୋଜଗାରକ୍ଷମ ହୋଇପାରିବେ ବୋଲି ସୂଚାଇଥିଲେ । ଏହି ରଥରେ ଥିବା ଅଟୋ ଡୋମେଷ୍ଟିକ ଓୟାରିଂ , ଷ୍ଟିମୁଲେଟର ,ମନିଟରିଂ ଓ କୋଟିଙ୍ଗ , ମଡ଼େଲ ଅଫ ମଟର ସାଇକେଲ ଓ ମରାମତି ଯନ୍ତ୍ରପାତି ଆଦିର କୌଶଳ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହେବା ସହ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲା ।