ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ସୀତା'ର ଟ୍ରେଲର ରିଲିଜ୍

ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ସୀତା'ର ଟ୍ରେଲର ରିଲିଜ୍

ଭୁବନେଶ୍ୱର,୨୧/୬ : ମୌଳିକ କାହାଣୀକୁ ନେଇ ନିର୍ମିତ ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ ‘ସୀତା’ର ଟ୍ରେଲର ରିଲିଜ୍ । ପୂର୍ବରୁ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ମାତ୍ର ଏବେ ଏହା ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମ ଜୁଲାଇ ୫ ତାରଖରେ ଫ୍ଲୋରକୁ ଆସିବାକୁ ଯାଉଛି । ଏହା ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଆମର ମ୍ୟୁଜିକ ୟୁଟ୍ୟୁବରେ ଏହାର ଟ୍ରେଲର ଆଜି ରିଲିଜ ହୋଇଛି । ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି ଏବଂ ରିଲିଜକୁ ଅପେକ୍ଷା କରିଛନ୍ତି ।

ଚଳଚ୍ଚିତ୍ରର ପ୍ରଯୋଜନା ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶ୍ୱିନ ତ୍ରିପାଠୀ । ସଂଳାପ ଡ. ରଜନୀରଂଜନ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ ଏବଂ କାହାଣୀ ଲେଖିଛନ୍ତି ଅଭିନେତା ସମରେଶ ରାଉତରାୟ । ମୁଖ୍ୟ ଚରିତ୍ରଭାବେ ଦେବଯାନୀ ସୀତା ଚରିତ୍ରରେ ଜଣେ ଉଚ୍ଚ ଶିକ୍ଷିତ ଗାଁ ଝିଅ ଭାବେ ଅଭିନୟ କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ସମରେଶ ରାଉତରାୟ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜଣାଶୁଣା ଅଭିନେତା ଚୌଧୁରୀ ବିକାଶ ଦାସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ସେହିଭଳି ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଏଥିରେ ଦେଖିବାକୁ ମିଳିଥିବାବେଳେ ସୁଶାନ୍ତ ଦାସ ମହାପାତ୍ର ଏବଂ ଶକ୍ତି ବରାଳ ପ୍ରମୁଖ ନଜର ଆସିବେ । ଡିଓପିରେ ଅକ୍ଷୟ କୁମାର ନାୟକ ପ୍ରମୁଖ ରହିଛନ୍ତି ।