ନବନିର୍ମିତ ଇ- ଲାଇବ୍ରେରୀ ଉଦଘାଟିତ

ନବନିର୍ମିତ ଇ- ଲାଇବ୍ରେରୀ ଉଦଘାଟିତ

ଖୁଣ୍ଟା, ୩/୯ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ନବନିର୍ମିତ ଇ- ଲାଇବ୍ରେରୀର ଉଦଘାଟନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅତିଥିଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅଶ୍ୱନୀ ସାହୁ ଓ ସଦସ୍ୟ ନୟିମ ଅଖତର ପ୍ରମୁଖ ଯୋଗଦେଇ ଇ- ଲାଇବ୍ରେରୀକୁ ଉଦଘାଟନ କରିଥିବାବେଳେ ମହାବିଦ୍ୟାଳୟର ଲାଇବ୍ରେରୀୟାନ ଯୋଗେଶ୍ଵର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । 

ଛାତ୍ରଛାତୀମାନଙ୍କ ଶିକ୍ଷାର ବିକାଶ ଦିଗରେ ଇ-ଲାଇବ୍ରେରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଣୁ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବା ପାଇଁ ପରାମର୍ଶ ଦେଇଥିଲେ l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଅନ୍ୟ କର୍ମଚୀମାନେ ଉପସ୍ଥିତ ଥିଲେ l