ଜନତାଙ୍କ ସମସ୍ୟାର ସମାଧାନ ଆମର ପ୍ରାଥମିକତା : ମନମୋହନ ସାମଲ

ଜନତାଙ୍କ ସମସ୍ୟାର ସମାଧାନ ଆମର ପ୍ରାଥମିକତା : ମନମୋହନ ସାମଲ

ଭୁବନେଶ୍ୱର,୧୫/୭ : ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର ଗଠନ କରିଛି । ଲୋକଙ୍କ ସୁଖ ଦୁଃଖରେ ଭାଗୀ ହେବା ପାଇଁ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ । ଏ ନେଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶ୍ରୀ ମୋହନ ଚରଣ ମାଝି ଜନଶୁଣାଣି ଆରମ୍ଭ କରିଛନ୍ତି ।

ସେହିପରି ରାଜ୍ୟ କାର୍ଯ୍ୟାଳୟରେ କାର୍ଯକର୍ତ୍ତା ଓ ସାଧାରଣଙ୍କ ଜନତାଙ୍କ ଉଦ୍ଦେଶ୍ୟରେ ଆଜିଠାରୁ ପ୍ରତି ସୋମବାର ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମବୀ ଶ୍ରୀ ବିଭୂତି ଭୂଷଣ ଜେନା ଏବଂ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ସଂସଦୀୟ ବ୍ୟାପର, ଇଲେକ୍ଟଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଲୋକଙ୍କ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ । ଏ ସବୁ ଅଭିଯୋଗର ତ୍ୱରିତ ସମାଧନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଭାପତି ମନମୋହନ ସାମଲ ସ୍ୱାଗତ କରିଛନ୍ତି । ପ୍ରତି ସୋମବାର ଦୁଇଜଣ ମନ୍ତ୍ରୀ ଯୋଗ ଦେଇ ଲୋକଙ୍କ ସମସ୍ୟା ସମାଧାନ କରିବେ । ଏଥିରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଓ ଶୁଭେଛୁମାନେ ସାମିଲ ହୋଇପାରିବେ । ଏହାଦ୍ୱାରା ବିଜେପି ଲୋକଙ୍କ ଅଧିକ ନିକଟତର ହୋଇପାରିବ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ଶ୍ରୀ ସାମଲ କହିଛନ୍ତି, ଅଭିଯୋଗ ଶୁଣାଣି କାର୍ଯ୍ୟକମ ପ୍ରଥମେ ବିଜେପି ଆରମ୍ଭ କରିଥିଲା । ଲୋକଙ୍କ ସମସ୍ୟା ଶୁଣିବା, ସେମାନଙ୍କ ସମସ୍ୟା ସହ ନିଜକୁ ଜଡିତ କରି ସମାଧାନ ରାସ୍ତା ବାହାର କରିବା ହେଉଛି ଜନସଂଘରୁ ବିଜେପି ପର୍ଯ୍ୟନ୍ତ ଯାତ୍ରାର ଏକ ପ୍ରମୁଖ କାର୍ଯ୍ୟକ୍ରମ ।

ପରବର୍ତ୍ତି ସମୟରେ ଅନ୍ୟମାନେ ଏହି ପ୍ରକ୍ରିୟାକୁ ଅନୁସରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ମବୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ପାର୍ଟିରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି । ଲୋକଙ୍କ ସମସ୍ୟା ହେଉଛି ସରକାରଙ୍କ ସମସ୍ୟା । ଏହାର ସମାଧାନ କରିବା ହେଉଛି ବିଜେପି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଅଭିଯୋଗ ଶୁଣାଣି ଶିବିରରେ ହୋଇଥିବା ଅଭିଯୋଗଗୁଡ଼ିକର କିପରି ତ୍ୱରିତ ସମାଧାନ ହେବ ସେଥିପାଇଁ ବିଶେଷ ଭାବେ ଦୃଷ୍ଟି ଦିଆଯିବ । ଅଭିଯୋଗଗୁଡ଼ିକୁ ସେହି ବିଭାଗକୁ ପଠାଯାଇ ତୁରନ୍ତ ସମାଧାନ କରିବାକୁ ଜୋର ଦିଆଯିବ । ଏହି ଅଭିଯୋଗ ଶୁଣାଣିରେ ଯାଜପୁର ସାଂସଦ ରବୀନ୍ଦ୍ର କୁମାର ବେହେରା ଯୋଗଦେଇ ଅଭିଯୋଗଗୁଡ଼ିକୁ ଶୁଣିଥିଲେ । ଏଥିରେ ପରିବହନ ମନ୍ତ୍ରୀ ଶ୍ରୀ ଜେନା ଯୋଗଦେଇ କହିଥିଲେ, ଅଭଯୋଗ ଶୁଣିବା ହେଉଛି ସରକାରଙ୍କ ନୀତିଗତ ନିଷ୍ପତି, ଯେଉଁଠି ବିଜେପି ସରକାର ରହିଛି ସେଠାରେ ରିତିମତ ଲୋକଙ୍କ ସମସ୍ୟା ଶୁଣାଯାଏ ।

ପୂର୍ବ ସରକାର ଅମଳରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଉ ନ ଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ହୋଇଯାଇଥିଲା, ମାତ୍ର ବିଜେପି ସରକାର ଲୋକଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେଉଛି । ଏହି ଅଭିଯୋଗ ଶୁଣାଣିରେ ଶତାଧିକ ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଏହି ଅବସରରେ ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ଅନ୍ୟାନ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗର ସମାଧାନ ପାଇଁ ଏଭଳି ଅଭିନବ ପ୍ରୟାସକୁ କାର୍ଯକର୍ତା ଓ ଜନସାଧାରଣ ପ୍ରଶଂସା କରିଛନ୍ତି ।