ହୀରାଖଣ୍ଡ ସମ୍ମାନରେ ସମ୍ମାନିତ ହେଲେ ସମ୍ବଲପୁରୀ ଗାୟକ ବିଭୁତି ପଟ୍ଟନାୟକ ଓ ସମ୍ବଲପୁରୀ ଧନୁଯାତ୍ରା କମିଟି

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା) , ୨୩/୭ : ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପାଇଁ ହୀରାଖଣ୍ଡ ସମ୍ମାନରେ ସମ୍ମାନିତ ହେଲେ ସମ୍ବଲପୁରୀ ଧନୁଯାତ୍ରା କମିଟି ଓ ସମ୍ବଲପୁରୀ ଗାୟକ ବିଭୁତି ପଟ୍ଟନାୟକ । ହୀରାଖଣ୍ଡ ସାମ୍ମୁଖ୍ୟ ତାର ପ୍ରତିଷ୍ଠା ଦିବସ ପାଳନ ଅବସରରେ ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ ସମାଜରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମ୍ମାନିତ କରିଛି l
ସମ୍ବଲପୁରୀ ଭାଷାରେ ପ୍ରଥମ କରି ଧନୁଯାତ୍ରା କରି ନିଜ ଅଂଚଳର ସ୍ୱାଭିମାନୀ ଭାଷା ସମ୍ବଲପୁରୀ କୁ ପ୍ରାଧାନ୍ୟ ଦେଇଥିବାରୁ ସମ୍ବଲପୁରୀ ଧନୁଯାତ୍ରା କମିଟି ଓ ସମ୍ବଲପୁରୀ ଗାୟକ ବିଭୁତି ପଟ୍ଟନାୟକ ଅନେକ ସମ୍ବଲପୁରୀ ଗୀତ ଗାଈ ଲୋକଙ୍କ ଦ୍ୱାରା ପ୍ରଶଂସିତ ହେବା ସହ ଭାଷାକୁ ଆହୁରି ଆଗକୁ ନେବାରେ ସହାୟକ ହୋଇଥିବାରୁ ତାଙ୍କୁ ମଧ୍ୟ ହୀରାଖଣ୍ଡ ସମ୍ମାନରେ ସମ୍ମାନିତ କରାଯାଇଥିଲା l
ଏହି ଅବସରରେ ସ୍କୁଲ ପିଲାଙ୍କ ଦ୍ୱାରା ସମ୍ବଲପୁରୀ ଭାଷା ସାହିତ୍ୟରେ ବିଭିନ୍ନ ପ୍ରତିଯୋଗିତା କରି କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା l