ଭତ୍ତାଧାରୀଙ୍କୁ ଠକିଲା ବିଜେପି ; ବ୍ଲକ ସମ୍ମୁଖରେ ବିଜେଡିର ବିକ୍ଷୋଭ

ଖୁଣ୍ଟା, ୨୦ /୮ : ମୟୁରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀ ଅଧିନ ଖୁଣ୍ଟା ବ୍ଲକ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିଶ୍ରୁତି ମୁତାବକ ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବି କରି ବ୍ଲକ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ । ଏହାସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବତନ ଉପବାଚସ୍ପତ୍ତି ସାନନ୍ଦ ମାରାଣ୍ଡିଙ୍କ ନେତୃତ୍ଵରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ,ବ୍ଲକ ଅଧ୍ୟକ୍ଷ ସୁଧନ୍ୟା ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ପୁସ୍ପଲତା ମାରାଣ୍ଡି, ଜିଲ୍ଲା ଛାତ୍ର ସଭାପତି ସୁନୀଲ ନାୟକ, ରାଜ୍ୟ କୃଷି ନିଗମର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ,ବ୍ଲକ ଯୁବ ସଭାପତି ଶୁଶାନ୍ତ ପସାଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଦଳୀୟ କର୍ମୀ ଯୋଗଦେଇ ପୁରୁଣାପାଣି ଛକଠାରୁ ସରକାର ବିରୋଧୀ ବିଭିନ୍ନ ଶ୍ଳୋଗାନ ଦେଇ ଶୋଭାଯାତ୍ରାରେ ବାହାରି ଖୁଣ୍ଟା ବ୍ଲକରେ ପହଞ୍ଚିଥିଲେ ।
ଏହି ଅବସରରେ ବ୍ଲକ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ନେତୃଗଣ ବିଜେପି ସରକାର ଭତ୍ତା ହିତାଧିକାରୀଙ୍କୁ ପ୍ରତାରିତ କରିଛି । ନିର୍ବାଚନ ସମୟରେ ୬୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଭତ୍ତାଧାରୀମାନଙ୍କୁ ମାସିକ ୩ହଜାର ଟଙ୍କାର ଭତ୍ତା ପ୍ରଦାନ କରିବା ପ୍ରତିଶ୍ରୁତି ଦେଇ କ୍ଷମତା ହାସଲ କରିଥିଲେ । ମାତ୍ର ସରକାର ଗଢିବା ପରେ ଭତ୍ତାଧାରୀଙ୍କୁ ପ୍ରତାରିତ କରିଛି l କେବଳ ଯେ ରାଜ୍ଯର ବରିଷ୍ଠ ନାଗରିକଙ୍କ ସହ ଭତ୍ତା ପ୍ରତାରଣା କରିଛି ତାହା ନୁହେଁ, ପ୍ରତିଟି ମହିଳାଙ୍କୁ ୫୦ ହଜାର ଟଙ୍କା, ୩ଶହ ୟୁନିଟ ମାଗଣା ବିଜୁଳି ପ୍ରଦାନ ଇତ୍ୟାଦି ମାଧ୍ୟମରେ ଲୋକଙ୍କ ସହ ବିଶ୍ଵାସଘାତ କରିଛି ବିଜେପି ।
ସେହିପରି ପୂର୍ବରୁ ୨୦୧୯ ନିର୍ବାଚନ ସମୟରେ ପ୍ରତ୍ୟେକ ଲୋକଙ୍କ ଜମା ଖାତାକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବ ବୋଲି ମିଛ ପ୍ରତିଶ୍ରୁତି ଦେଇ କ୍ଷମତା ହାସଲ କରିଥିଲା ବିଜେପି । ଏହା ଗୋଟିଏ ମିଛୁଆ ଦଳ ବୋଲି ଅଭିଯୋଗ କରିଥିଲେ ନେତୃ ଗଣ । ପ୍ରତିଶ୍ରୁତି ମୁତାବକ ସମସ୍ତ ବର୍ଗର ଭତ୍ତାଧାରୀଙ୍କୁ ଯଥାଶୀଘ୍ର ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବି କରିବା ସହ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଅନୁପସ୍ଥିତିରେ ସହକାରୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରୀପାଠୀଙ୍କୁ ବିଜେଡି ଦଳ ପକ୍ଷରୁ ପ୍ରଦାନ କରାଯାଇଛି l