ପରଲୋକରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର
ଭୁବନେଶ୍ୱର, ୧୮/୧୧ : ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ହ୍ୟୁମାନ୍ ବୃକକ୍, ଶ୍ୱାସକ୍ରିୟା ଓ ଜକୃତ ଜନିତ ସମସ୍ୟା ସାଙ୍ଗକୁ ନିମୋନିଆରେ ପୀଡ଼ିତ ଥିଲେ। ତାଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା, ବନ୍ଧୁ, ଶୁଭେଚ୍ଛୁ ଏବଂ ସଂଗୀଜଗତ ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ଏମ୍ସ ହାସପାତାଳକୁ ସୁଅ ଛୁଟିଥିଲା।
ସେ କିଛିବର୍ଷ ହେଲା କଟକ ମର୍କତନଗର ୯ନମ୍ବର ସେକ୍ଟରରେ ଭଡ଼ାଘର ନେଇ ରହୁଥିଲେ। ତାଙ୍କ ଶାରୀରିକ ସମସ୍ୟା ପାଇଁ ଏକ ଘରୋଇ ଡାକ୍ତରଖାନାରେ କିଛିଦିନ ରହିବା ପରେ ଅବସ୍ଥା ଅତି ଗୁରୁତର ହେବାରୁ ଏମ୍ସକୁ ସ୍ଥାନାନ୍ତର ହୋଇଥିଲେ ଏବଂ ଏକାଧିକ ଜଟିଳ ସ୍ଥିତିକୁ ନେଇ ଡାକ୍ତରଙ୍କ ଅକ୍ଳାନ୍ତ ଉଦ୍ୟମ ସତ୍ତ୍ବେ ତାଙ୍କ ଆରୋଗ୍ୟ ସମ୍ଭବ ହୋଇପାରି ନ ଥିଲା।

Editor 


