ଦଳର ନୁହେଁ ଲୋକଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବାକୁ ପିଆର ଆଇଙ୍କୁ ଆହ୍ବାନ : ବିଧାୟକ ଭାସ୍କର ମଢ଼େଇ

ଖୁଣ୍ଟା , ୨୫/୯ : ଗୋପବନ୍ଧୁ ନଗର ବ୍ଲକ ପକ୍ଷରୁ ୭ମ ସମିତି ବୈଠକ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଝୁଲଣା ବାରସାଳିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ଉଦଳା ବିଧାୟକ ଭାସ୍କର ମଢ଼େଇ , ମୟୁରଭଞ୍ଜ ସାଂସଦ ପ୍ରତିନିଧି , ଉପାଧ୍ୟକ୍ଷା ରଶ୍ମିତା ଚୌଧୁରୀ, ବିଡ଼ିଓ କରୁଣାକର ଧିନ୍ଦା, ଜିଲ୍ଲା ପରିଷଦ ସଭ୍ୟା ଉର୍ମୀଳା ଲେଙ୍କା, ସହକାରୀ ଯନ୍ତ୍ରୀ ବିନୋୟ ଜ୍ୟୋତି ଲେଙ୍କା, ଜି.ପି.ଓ ଶରତଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇଥିଲେ । ଜିପିଓ ଶ୍ରୀ ମାଝୀ ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ଚଳିତ ବୈଠକର ଏଜେଣ୍ଡା ସଂପର୍କରେ ଗୃହରେ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ବିଧାୟକ ଶ୍ରୀ ମଢ଼େଇ ବ୍ଲକ ବାସୀଙ୍କ ବିକାଶ ଓ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ସରପଞ୍ଚ ଓ ସମିତିସଭ୍ୟଙ୍କ ସହଯୋଗ କାମନା କରିଥିଲେ । କୌଣସି ଦଳର ପ୍ରତିନିଧି ନ ହୋଇ ଲୋକଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବାକୁ ପିଆର ଆଇ ସଦସ୍ୟମାନଙ୍କୁ ଆହ୍ବାନ ଦେଇଥିଲେ l ସେହିପରି ବୈଠକରେ ଅଧାରୁ ପାଠ ପଢ଼ା ଛାଡ଼ିଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଥିବା ସରକାରୀ ସହାୟତା, ବିଶେଷ ଭାବେ ରାଜ୍ୟ ସରକାର ମହିଳା, ଯୁବକ, ଗରିବ ଓ କୃଷକଙ୍କ ବିକାଶ ପାଇଁ ବହୁବିଧ ଯୋଜନା ପ୍ରଣୟନ କରିଥିବା ଏବଂ ଏହାର ସୁଫଳ ଲୋକଙ୍କଠାରେ ପହାଞ୍ଚାଇବା ପାଇଁ ବିଧାୟକ ଶ୍ରୀ ମଢ଼େଇ ବୈଠକ ରେ ସୁଚାଇ ଥିଲେ ।
ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟିବି ରୋଗ ନିରାକରଣ ପାଇଁ ଟୀକା କରଣର ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଥିବାବେଳେ ଏହି ମାଧ୍ୟମରେ ୬ଗୋଟି ବର୍ଗରୁ ମୋଟ ୧୩ ହଜାର ୫୬୫ ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଏବଂ ୫୪ହଜାର ୨ଶହ ମଶାରୀ ବଣ୍ଟନ, ଥାଲାସିମିଆ ରୋଗୀଙ୍କ ଚିହ୍ନଟ ଓ ସେମାନଙ୍କ ପାଇଁ ଥିବା ସହାୟତା ସମ୍ପର୍କରେ ବିପିଏମ ସୁଚାଇଥିଲେ । ତେବେ କେତେକ ସବ ସେଣ୍ଟରରେ ପାନୀୟ ଜଳର ସମସ୍ୟା ଓ ଖୁଣ୍ଟା ସିଏଚସି ରେ ଡ୍ରେନେଜ ଓ ରାସ୍ତା ସମସ୍ୟା ସଂପର୍କରେ ଗୃହରେ ଆଲୋକପାତ କରିଥିଲେ l
ସେହିପରି ପାନୀୟ ଜଳ, କୃଷି, ଶିକ୍ଷା,ବିଦ୍ୟୁତ,ଉଦ୍ୟାନ ବିଭାଗ, ସାଧାରଣ ବଣ୍ଟନ ଇତ୍ୟାଦି ବିଭାଗର ଅଧିକାରୀ ମାନେ ଯୋଗଦେଇ ସରକାରଙ୍କ ଦ୍ୱାରା ପ୍ରଣିତ ଯୋଜନା ଗୁଡ଼ିକ ସଂସ୍ପର୍କର ଗୃହକୁ ସୁଚ଼ନା ପ୍ରଦାନ କରିଥିଲେ ।ଏହି ବୈଠକରେ ବ୍ଲକ ସହ ଜଡ଼ିତ ବିଭିନ୍ନ ବିଭାଗର କର୍ମଚାରୀ, ବିଭିନ୍ନ ଲାଇନ ବିଭାଗର ପ୍ରତିନିଧି ଏବଂ ସରପଞ୍ଚ, ସଭ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।