ଚାଷୀଙ୍କ ଆକାଉଣ୍ଟକୁ ଆସିଲା PM କିଷାନ ଟଙ୍କା

ବାରାଣସୀ,୨/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବାରାଣସୀରୁ ଚାଷୀଙ୍କୁ PM କିଷାନ ଟଙ୍କା ପ୍ରଦାନ କରିଛନ୍ତି। ଯୋଗ୍ୟ ଚାଷୀଙ୍କ ଖାତାକୁ ପ୍ରଧାନମନ୍ତ୍ରୀ ୨୦୦୦ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଟ୍ ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଓଡ଼ିଶାର ପ୍ରାୟ ୩୫ ଲକ୍ଷ ୮୫ ହଜାର ୮୮୧ ଚାଷୀଙ୍କୁ ମିଳିଛି ଏହି କିଷାନ ଟଙ୍କା। ପିଏମ୍ କିଷାନ ନିଧି ଯୋଜନାରେ ବିନା ବ୍ରେକ୍ରେ ଚାଲିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।