ଜୟ ଓଡ଼ିଶାର ୨୩ତମ ରକ୍ତଦାନ ଶିବିର ; ଜୟ ଓଡ଼ିଶା ଏବଂ ଖାଓଗଲି ଓନର୍ ଆସୋସିଏସନର ମିଳିତ ଆନୁକୁଲ୍ୟରେ ରକ୍ତଦାନ

ଜୟ ଓଡ଼ିଶାର ୨୩ତମ ରକ୍ତଦାନ ଶିବିର ; ଜୟ ଓଡ଼ିଶା ଏବଂ ଖାଓଗଲି ଓନର୍ ଆସୋସିଏସନର ମିଳିତ ଆନୁକୁଲ୍ୟରେ ରକ୍ତଦାନ

ଭୁବନେଶ୍ବର,୨୬/୧୧ : ଓଡ଼ିଶାର ବହୁ ପରିଚିତ ସ୍ଵେଚ୍ଛାସେବୀ ସଙ୍ଗଠନ ଜୟ ଓଡ଼ିଶା । ସମାଜସେବାରେ ଲିପ୍ତ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ସଂଘ ଯେ କୌଣସି ପରିସ୍ଥିତିରେ ମଧ୍ୟ ଏହାର ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକରେ ବିରତି ଦେଇନାହାନ୍ତି । ତାଙ୍କ ଦ୍ଵାରା ଆରମ୍ଭ ହୋଇଥିବା ସମସ୍ତ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଅବିରତ ରହିଛି । ଏପରି ଅନେକ ଯୋଜନା ମଧ୍ୟରୁ ଦୁଇଟି ଜ୍ୱଳନ୍ତ ଉଦାହରଣ ହେଉଛି "ଶେଷସାଥୀ ସ୍ଵର୍ଗରଥ" ଏବଂ "ରକ୍ତଦାନ"।

ଭିନ୍ନ ଭିନ୍ନ ସଂଗଠନ, ସଂଘ ତଥା ଆସୋସିଏସନ ସହ ମିଶି କ୍ରମାଗତ ଭାବେ ୧୦୦ଟି ରକ୍ତଦାନ ଶିବିରର ଆୟୋଜନ କରିବାକୁ ଲକ୍ଷ୍ୟ ରଖିଥିବା ଜୟ ଓଡ଼ିଶା ଆଜି ଏହାର ୨୩ତମ ଶିବିର ଖାଓଗଲି ଓନର୍ ଆସୋସିଏସନର ମିଳିତ ଆନୁକୁଲ୍ୟରେ ରେଡ଼କ୍ରସ ଭବନଠାରେ ଆୟୋଜିତ ହୋଇଯାଇଛି । ବହୁ ବର୍ଷ ଧରି ଭୁବନେଶ୍ବରର ବାସିନ୍ଦାଙ୍କୁ ସ୍ଵାଦିଷ୍ଟ ଖାଦ୍ୟ ପରଶି ଦେଉଥିବା ଖାଓଗଲିର ସଦସ୍ୟମାନେ ସମାଜସେବାରେ ନିଜକୁ ନିୟୋଜିତ କରିବା ନିମନ୍ତେ ଜୟ ଓଡ଼ିଶା ସହ ହାତ ମିଳାଇଛନ୍ତି ଯାହାକି ଅତ୍ୟନ୍ତ ପ୍ରସଂଶାଯୋଗ୍ୟ। ଆସୋସିଏସନର ସଭାପତି ତଥା ଅନ୍ୟାନ୍ୟ ସଦସ୍ୟଙ୍କ ସହଯୋଗରେ ଶିବିର ସୂଚାରୁ ରୂପେ ସଞ୍ଚାଳିତ ହୋଇଥିଲା।

ସେହିପରି ଆଜି ବାୟା ବାବା କଲୋନୀର ୭୬ବର୍ଷୀୟ ବରିଷ୍ଠ ବାସିନ୍ଦାଙ୍କ ଅକାଳ ବିୟୋଗରେ ତାଙ୍କ ଶେଷ ସମୟର ସାଥୀ ସାଜିଥିଲା ଜୟ ଓଡ଼ିଶା । ତାଙ୍କ ମୃତ ଶରୀରକୁ ଜୟ ଓଡ଼ିଶାର "ଶେଷସାଥୀ" ବାହାନ ଦ୍ଵାରା ହାଇ ଟେକ୍ ମେଡ଼ିକାଲରୁ ତାଙ୍କ ବାସସ୍ଥାନ ଓ ସତ୍ୟ ନଗର ଶ୍ମଶାନକୁ ନିଶୁଳ୍କରେ ସ୍ଥାନାନ୍ତର କରାଯାଇଥିଲା, ଯାହା ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଖୁବ୍ ଆଦୃତ ହୋଇଥିଲା। ଶ୍ରୀ ସାମନ୍ତରାୟଙ୍କ ମନ୍ତବ୍ୟ ଅନୁସାରେ, ତାଙ୍କର ମୁଖ୍ୟ ଲକ୍ଷ୍ୟ ସ୍ୱାସ୍ଥ୍ୟ, ଶିକ୍ଷା ଓ ନିଯୁକ୍ତି ରହିଛି । ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ ଜୟ ଓଡ଼ିଶା ବହୁ କାଳରୁ କାମ କରି ଆସୁଥିବାବେଳେ ଆଉ ଅଳ୍ପଦିନ ମଧ୍ୟରେ ସେମାନେ ଶିକ୍ଷା କ୍ଷେତ୍ରରେ ଅନେକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରତ୍ୟେକ ଶ୍ରେଣୀୟ ପରିବାର ନିଜ ଶିଶୁଙ୍କୁ କିପରି ପ୍ରାଥମିକ ଶିକ୍ଷା ପ୍ରଦାନ କରିପାରିବେ ସେଥିପ୍ରତି ଗୁରୁତ୍ଵ ଦିଆଯିବ ବୋଲି ସେ କହିଛନ୍ତି। ଯେ କୌଣସି ସଂଗଠନ ବା ସଂଘ ଜୟ ଓଡ଼ିଶା ସହ ମିଶି ରକ୍ତଦାନ ଶିବିର ଆୟୋଜନ କରିବାକୁ ଚାହୁଁଥିଲେ ତଥା ଯେ କୌଣସି ଅସହାୟ ବ୍ୟକ୍ତିଙ୍କ ମୃତ ଶରୀରକୁ ଭୁବନେଶ୍ଵରର ଯେ କୌଣସି ସ୍ଥାନରୁ ସତ୍ୟ ନଗର ଶ୍ମଶାନ ପର୍ଯ୍ୟନ୍ତ ସ୍ଥାନାନ୍ତର କରିବା ନିମନ୍ତେ ସହଯୋଗ ପାଇବା ନିମନ୍ତେ 9853220023 ନମ୍ବରରେ ଯୋଗାଯୋଗ କରିବା ନିମନ୍ତେ ସେ କହିଛନ୍ତି ।