ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଲେ ବିଜୟ ମଲ୍ଲ

ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଲେ ବିଜୟ ମଲ୍ଲ

ଭୁବନେଶ୍ବର,୫/୯ : ପବିତ୍ର ‘ଗୁରୁ ଦିବସ’ ଅବସରରେ ମହାମହିମ ରାଷ୍ଟ୍ରପତି( President of India) ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମ୍ମାନଜନକ ‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ରେ ସମ୍ମାନିତ ହୋଇଥିବା ଓଡ଼ିଶାର ସୁରେଶ କୁମାର ମହାନ୍ତିଙ୍କୁ ଓଡିଶା ଆଇଟିଆଇ ଷ୍ଟାଫ୍ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ ମଲ୍ଲ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । 

ସେ କହିଛନ୍ତି , ବୈଷୟିକ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ସଫଳତା ସାରା ରାଜ୍ୟ ପାଇଁ ଗୌରବର ବିଷୟ। ଓଡ଼ିଶାର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଅଭିନବ ଶିକ୍ଷା ପ୍ରଦାନ କରିବା ଦିଗରେ ଆପଣମାନଙ୍କ ଭଳି ଶିକ୍ଷକଙ୍କ ନିଷ୍ଠା ଏବଂ ପାଠ ପଢାଇବାର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ । ଆପଣଙ୍କ ଅବଦାନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଭବିଷ୍ୟତରେ ଆହୁରି ସଫଳତା କାମନା କରନ୍ତୁ ।