ସହିଦ ନଗର ଦୁର୍ଗାପୂଜା ସମିତିର ମୂର୍ତ୍ତିକା ଅନୁକୂଳ

ସହିଦ ନଗର ଦୁର୍ଗାପୂଜା ସମିତିର ମୂର୍ତ୍ତିକା ଅନୁକୂଳ

ଭୁବନେଶ୍ବର, ୧୫/୮ : ଭୁବନେଶ୍ବରର ସବୁଠାରୁ ପୁରାତନ ଓ ପ୍ରସିଦ୍ଧ ଦୁର୍ଗା ପୂଜା ସମିତି ସହିଦ ନଗର ପକ୍ଷରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ତିଥିରେ ଜଗତଜନନୀ ଦୁର୍ଗା ମା’ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଉଦ୍ଦେଶ୍ୟରେ ମୂର୍ତ୍ତିକା ଅନୁକୂଳ ଅନୁଷ୍ଠିତ ହୋଇଯାଇଛି । ସମିତିର କର୍ମକର୍ତ୍ତା ଓ ସଦସ୍ୟମାନେ କୁଆଖାଇ ନଦୀ ପଠାରେ ପୂଜାର୍ଚ୍ଚନା କରି ମାଟି ଉଠାଇଥିଲେ । ପୂଜାର କର୍ତ୍ତା ଥିଲେ ଶ୍ରୀ ଗିରୀଶ ପ୍ରସାଦ ରଥ ଆଜି ସକାଳ ୮.୩୦ଟା ସମୟରେ ପ୍ରଥମେ ସ୍ଵାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା I 

ଦିବା ୧୦ଟା ସମୟରେ ସମିତି ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରା ବାହାରି ମାଟି ଅନୁକୂଳ ପାଇଁ କୁଆଖାଇର ନଦୀ ଯାତ୍ରା କରିଥିଲେ I ଘଣ୍ଟା, ମୃଦଙ୍ଗ, ଢୋଲ, ଶଙ୍ଖ, ମହୂରୀ ଓ କୀର୍ତ୍ତନରେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଦୁଇଟି କାର୍ଯ୍ୟକ୍ରମରେ ସମିତିର ସଭାପତି ହେମନ୍ତ କୁମାର ପରିଡା, କାର୍ଯକାରୀ ସଭାପତି ସରୋଜା କୁମାର ପାତ୍ର, ଉପସଭାପତି ଚନ୍ଦନ ପାଲିତ, ଯୁଗ୍ମସଂପାଦକ ବିଶ୍ଵପ୍ରସାଦ ମହାନ୍ତି, ରଞ୍ଜନ କୁମାର ମହାପାତ୍ର, କୋଷାଧ୍ୟକ୍ଷ ସ୍ମୃତି ରଞ୍ଜନ ଜେନା, କାର୍ଯ୍ୟକାରୀ ସଦସ୍ୟ ଦିଲୀପ ମଲ୍ଲିକ, ସରତ ବେହେରା, ବିଦ୍ୟାନତ ସିଂହ, ମନୋରଞ୍ଜନ ମିଶ୍ର, ବିଶ୍ନୁ ପ୍ରସାଦ ଦାସ, ଅଶୋକ, ପୂର୍ଣ୍ଣଚନ୍ଦ୍ର ଦାସ, ଲଳିତ ଖୁଣ୍ଟିଆ, ଅଭିଷେକ ପ୍ରଧାନ, ସିଦ୍ଧେଶ୍ଵର ମହାରଣା, ସନ୍ଦୀପ ବେହେରା, ଶକ୍ତି ପ୍ରସାଦ ଜି, ଆଦର୍ଶ ପଟ୍ଟନାୟକ, ହେମନ୍ତ ମଲ୍ଲିଆ, ମନୋରଞ୍ଜନ ପଲେଇ, ଅମିତ, ରଞ୍ଜନ ବାରିକ, ସୁବ୍ରତ ସିଂହ, ସୁନୀଲ ସେଠି, ଗୁଡ଼ୁ, ଆଶୁତୋଷ, ଜିତେନ୍ଦ୍ର ରାଓ, ଲିଙ୍ଗରାଜ ଓ ଅନେକ ସଭ୍ୟମାନଙ୍କ ଗହଣରେ ଏହି ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଜି ରାତିରେ ଏହି ବର୍ଷ ପ୍ରଥମ ଥର ପାଇଁ ସମିତି ପକ୍ଷରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପୂଜା ଅନୁଷ୍ଠିତ ହେବ I ଏହି ସବୁ କାର୍ଯ୍ୟକ୍ରମକୁ ସମିତିର ସମ୍ପାଦକ ସଚି ନନ୍ଦନ ନାୟକ ପରିଚାଳନା କରୁଥିଲେ ଓ ସେ ଆହୁରି ମଧ୍ୟ କହିଛନ୍ତି ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ତୋରଣ କାର୍ଯ୍ୟ ରାକ୍ଷୀ ପୂର୍ଣ୍ଣିମାରୁ ଆରମ୍ଭ କରାଯାଇଛି ।