ଜାତୀୟ ଶିକ୍ଷାନୀତି ୨୦୨୦ର ବାର୍ଷିକୀ ଅବସରରେ ସମ୍ବଲପୁରର ସରକାରୀ ବିଦ୍ୟାଳୟଗୁଡ଼ିକରେ 'ଶିକ୍ଷା ସପ୍ତାହ' ପାଳିତ

ଜାତୀୟ ଶିକ୍ଷାନୀତି ୨୦୨୦ର ବାର୍ଷିକୀ ଅବସରରେ ସମ୍ବଲପୁରର ସରକାରୀ ବିଦ୍ୟାଳୟଗୁଡ଼ିକରେ 'ଶିକ୍ଷା ସପ୍ତାହ' ପାଳିତ

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା) , ୨୪/୭ : ମଙ୍ଗଳବାର ଏଫ୍.ଏଲ୍.ଏନ୍ (Foundational Literacy and Numeracy) ଦିବସ ପାଳନ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ପାଇଁ ଇଣ୍ଟରଆକ୍ଟିଭ୍ ଶିକ୍ଷଣ ଅଧିବେଶନ, ଆକର୍ଷଣୀୟ କାର୍ଯ୍ୟ କଳାପ ଏବଂ ଖେଳ, କାହାଣୀ ଅଧିବେଶନ ଏବଂ ଗଣିତ କ୍ଲବ, ଖେଳନା ଭିତ୍ତିକ ଶିକ୍ଷଣ/ ପପେଟ ସୋ/ ନାଟକ ଭିତ୍ତିକ କାର୍ଯ୍ୟକଳାପ, କଳା ଏବଂ କାରିଗରୀ କାର୍ଯ୍ୟକଳାପ, ଏଫ୍ ଏଲ୍ ଏନ୍ ଚଳଚ୍ଚିତ୍ର ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକଳାପ ଏବଂ ଏଫ୍ ଏଲ୍ ଏନ୍ ମେଳା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ପିଲାଙ୍କ ଶିକ୍ଷାଗତ ବିକାଶରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଏହି ଅବସରରେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ମଧ୍ୟ ବି.ଏମ୍ ପଟ୍ଟନାୟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଏହି ଦିବସ ପାଳନ କରିଛନ୍ତି ।