ମୋଦୀ -ନବୀନ ମୁହାଁମୁହିଁ: ଭିଡିଓ ଜାରି କରି ପାଲଟା ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ମୋଦୀ -ନବୀନ ମୁହାଁମୁହିଁ: ଭିଡିଓ ଜାରି କରି ପାଲଟା ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧/୫ : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଜି ଶେଷ ହେବା ସହ ରାଜ୍ୟରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟର ୩ଟି ନିର୍ବାଚନୀ ସଭାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ସମାଲୋଚନା କରିବା ପରେ ରାତିରେ ନବୀନ ପାଲଟା ଜବାବ ଦେଇଛନ୍ତି । ନିଜର ସ୍ୱଭାବସୁଲଭ ଢାଂଚାରେ ଅସ୍ପଷ୍ଟ ଓଡ଼ିଆରେ ଲିଖିତ ତଥ୍ୟକୁ ପଢ଼ୁଥିବାର ଏକ ଭିଡିଓକୁ ନବୀନ ଜାରି କରି ମୋଦିଙ୍କୁ ପାଲଟା ଜବାବ ଦେବାକୁ ପ୍ରୟାସ କରିଛନ୍ତି । ପ୍ରଥମଥର ପାଇଁ ମୋଦି ଓ ନବୀନ ମୁହିାଁମୁହିଁ ହେବା ରାଜ୍ୟରେ ବିଜେଡି ଓ ବିଜେପି ରାଜନୀତିକ ବାତାବରଣକୁ ଅଧିକ ଉଷ୍ମ କରିଛି ।

https://youtu.be/RFxwVZYlpPI?si=v83838H0tfS0RS15

ହେଲାପରେ ବି ଓଡ଼ିଆ ଭାଷାକୁ ଭୁଲିଗଲେ । ସଂସ୍କୃତକୁ ହଜାରେ କୋଟି ଟଙ୍କା, ଓଡ଼ିଆ ଭାଷାକୁ ଶୂନ । ଓଡ଼ିଶୀ ସଙ୍ଗୀତକୁ ଭୁଲିଗଲେ । ମୁଁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଦୁଇଥର ପ୍ରସ୍ତାବ ପଠାଇଥିଲି । ଆପଣ ଦୁଇଥର ପ୍ରତ୍ୟାଖ୍ୟାନ କଲେ । ଓଡ଼ିଶାରେ ବହୁ ବରପୁତ୍ର ଅଛନ୍ତି । କେତେ ନାଁ ଆଜି ଆପଣ ବି କହିଲେ । କେହି ଜଣେ ହେଲେ ଭାରତ ରତ୍ନ ପାଇଁ କ’ଣ ଠିକ୍ ଲାଗିଲେ ନାହିଁ । ଆପଣ ଭାରତ ରତ୍ନ ବାଂଟିବାବେଳେ ବିଜୁ ପଟ୍ଟନାୟକଙ୍କୁ ଭୁଲିଗଲେ । ଚାଷୀଙ୍କ ପାଇଁ ଏମଏସପି ଦୁଇଗୁଣ, କୋଷ୍ଟାଲ ହାଇୱେ କରିବାକୁ ବି ଭୁଲିଗଲେ । ଓଡ଼ିଶାର ସମ୍ପଦ କୋଇଲା ନେଉଛନ୍ତି । କିନ୍ତୁ ରୟାଲଟି ବଢ଼ାଇବାକୁ ୧୦ବର୍ଷ ହେଲା ଭୁଲିଗଲେ । କେବଳ ନିର୍ବାଚନବେଳେ ଓଡ଼ିଶାକୁ ମନେପକାଇଲେ କିଛି ଲାଭ ନାହିଁ । ୨୦୧୪ ଓ ୨୦୧୯ରେ ନିଜେ କରିଥିବା ପ୍ରତିଶ୍ରୁତିକୁ ମନେ ରଖିଛନ୍ତି କି? ଦରବୃଦ୍ଧିକୁ ହ୍ରାସ, ଦୁଇକୋଟି ନିଯୁକ୍ତି, ଏଲପିଜି, ପେଟ୍ରୋଲ-ଡିଜେଲ ଦର ହ୍ରାସ, ମୋବାଇଲ କନେକ୍ସନ, ଜିଏସଟି ଛାଡ଼ କରିବା କଥା ସବୁ ଓଡ଼ିଶାବାସୀ ମନେ ରଖିଛନ୍ତି । ଜୁନ୍ ୧୦ରେ ତ ନୁହେଁ ଆଉ ୧୦ବର୍ଷରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିବ ନାହିଁ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ବିଜୁ ଜନତା ଦଳ ଓଡ଼ିଶାରେ ୬ଷ୍ଠ ଥର ସରକାର କରିବ ବୋଲି ନବୀନ କହିଛନ୍ତି ।”

ସୂଚନାଯୋଗ୍ୟ, ୨୫ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା କାଗଜ ପଢ଼ି ଓଡ଼ିଶାର ୩୦ଟି ଜିଲ୍ଲା ଓ ଲଢ଼ୁଥିବା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ୧୦ଟି ଗାଁ ନାଁ କହିବାକୁ ମୋଦି ଖୋଲା ଆହ୍ୱାନ ଦେଇଥିଲେ । ଏହାସହିତ ନବୀନ ପଟ୍ଟନାୟକ ସରକାର ଆଉଟସୋର୍ସିଂରେ ଚାଲିଛି ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ କେହି ସୁପରସିଏମ୍ ଭାବେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନଭଣ୍ଡାରର ଅଳଙ୍କାର ସୁରକ୍ଷିତ ରହିଛି କି ନାହିଁ ତାକୁ ନେଇ ପ୍ରଧାନମନ୍ତ୍ରୀ ସନ୍ଦେହ ବ୍ୟକ୍ତ କରିବା ଆଦି ବିଜେଡି ପାଇଁ ଅଡ଼ୁଆ ବଢ଼ାଇ ଦେଇଛି । ମୋଦିଙ୍କ ଏଭଳି ବୟାନ ଓ ସମାଲୋଚନା ବିଜେଡିର ଅଡ଼ୁଆ ବଢ଼ାଉଥିବା ଦେଖି ରାତାରାତି ଭିଡିଓ ମାଧ୍ୟମରେ ମୋଦିଙ୍କୁ ପାଲଟା ଜବାବ ଦେବାକୁ ପ୍ରୟାସ କରାଯାଇଛି ।