ପିସିସି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସ ପାଳିତ

ଭୁବନେଶ୍ୱର,୨୦/୮ : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତୃ ବୃନ୍ଦ ଭୁବନେଶ୍ୱର ରାଜୀବ ଭବନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ପରେ କଂଗ୍ରେସ ଭବନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପିସିସି ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର କାଡାମ, ପ୍ରସାଦ ହରିଚନ୍ଦନ, ନଗେନ୍ଦ୍ର ପ୍ରଧାନ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ସମୀର କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ଅମିୟ ପଟ୍ଟନାୟକ, ବିଶ୍ୱଜିତ ଦାଶ, ସୁଦର୍ଶନ ଦାସ, ମାନସ ମଲ୍ଲିକ, ପ୍ରଶାନ୍ତ ଚମ୍ପତ୍ତି, ପ୍ରଣତିମିଶ୍ର, ମାନସ ରଞ୍ଜନ ଆଚାର୍ଯ୍ୟ, ଜ୍ୟୋତିଷ ସାହୁ, ଚିନ୍ମୟ ସୁନ୍ଦର ଦାସ, ସୁଶାନ୍ତ ତ୍ରିପାଠୀ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ତରୁଣ ମିଶ୍ର, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରାଉତରାୟ, ଶଶିଭୂଷଣ ପଣ୍ଡା, ଭାସ୍କର ସେଠୀ, ମୋଟରାଜ ଡୁଙ୍ଗଡୁଙ୍ଗ, ବିଜୟ ଦ୍ୱିବେଦୀ, ମିହିର ଆଚାର୍ଯ୍ୟ, ରାଜକିଶୋର ବାରିକ, ସୁଧାଂଶୁ ମହାନ୍ତି, ଦୟାନିଧି ମହାପାତ୍ର, ଆଲୋକ ମହାନ୍ତି, ବାସନ୍ତୀ ସାମଲ, କୃଷ୍ଣା ସେନାପତି, ଦେବେନ୍ଦ୍ର ଦାସ, ଉଷାରାଣୀ ବେହେରା, ସୁଭାଷ ପ୍ରଧାନ, ଖଗେଶ୍ୱର ମଲ୍ଲିକ, ତାପସ ସେଠୀ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।