କେଶରୀ ରେସିଡେନ୍ସଠାରେ ମାତୃ ଦିବସ ପାଳନ

ଭୁବନେଶ୍ବର, ୧୨/୪ : ଶହୀଦନଗରସ୍ଥିତ ଥିବା ସ୍ଥାନୀୟ କେଶରୀ ରେସିଡେନ୍ସଠାରେ ମାତୃ ଦିବସ ପାଳନ ହୋଇଯାଇଛି । ରାମଶ୍ବେର ମହିଳା ଆରୋଗ୍ୟ ସମିତି ପକ୍ଷରୁ ଶୁକ୍ରବାର ଏହି ଦିବସ ପାଳନ କରାଯାଇଥିଲା । ୩୪ନମ୍ବର ଓ୍ବାର୍ଡ଼ରେ ଏହି ଦିବସ ପାଳନ କରାଯାଇଛି । ଏହି ଅବସରରେ ସମିତିର ମହିଳାମାନେ ଏକଜୁଟ ହୋଇ ମାତୃ ଦିବସ ପାଳନର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ । ଆଶା ଦିଦିମାନଙ୍କର ଉପସ୍ଥିତିରେ ଏହି ଦିବସ ପାଳନ ହୋଇଛି ।